ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୪ ବର୍ଷର କୁନି ଝିଅକୁ ଦୁଷ୍କର୍ମ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସ୍କୁଲରୁ ଫେରୁଥିବା ବେଳେ ୪ ବର୍ଷର ଝିଅକୁ ସ୍କୁଲ ଭ୍ୟାନ୍ ଡ୍ରାଇଭର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଲକ୍ଷ୍ନୌର ଇନ୍ଦିରାନଗରରେ ଅବସ୍ଥିତ ଏକ ପ୍ରତିଷ୍ଠିତ ସ୍କୁଲର ଭ୍ୟାନ ଡ୍ରାଇଭର ସ୍କୁଲକୁ ନେଉଥିବା ସମୟରେ ଭ୍ୟାନରେ ଥିବା ଏକ ଚାରି ବର୍ଷର ଝିଅକୁ ଦୁଷ୍କର୍ମ କରିଛି। ଶେଷ ଠିକଣାରେ ଝିଅକୁ ଛାଡ଼ିବାର ଥିଲା। ହେଲେ ଏକୁଟିଆର ସୁଯୋଗ ନେଇ ଖୋଦ୍ ସ୍କୁଲ ଭ୍ୟାନ୍ ଡ୍ରାଇଭରକୁ ଝିଅକୁ ଦୁଷ୍କର୍ମ କରିଥିଲା। ଖାଲି ସେତିକି ନୁହେଁ ଝିଅ ବିରୋଧ କରିବାରୁ ତାକୁ ମାଡ଼ ମାରିବା ସହ ଡରାଇଥିଲା । ତେବେ ଝିଅଟି ଘରକୁ ଫେରିବା ପରେ, ସେ ତାଙ୍କ ମାଆଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଝିଅଟିର ବୟାନ ଶୁଣି ପରିବାର ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଘଟଣା ମୁତାବିକ, ଯେତେବେଳେ ଝିଅଟି ତାଙ୍କ ଘରେ ପହଞ୍ଚିଥିଲା , ସେତେବେଳେ ସେ ଘଟଣା ବାବାଦରେ ଇସାରା ମାଧ୍ୟମରେ ଘର ଲୋକଙ୍କୁ ଜଣାଇଥିଲା। ଖାଲି ସେତିକି ନୁହେଁ ଝିଅ ବିରୋଧ କରିବାରୁ ତାକୁ ମାଡ଼ ମାରିବା ସହ ଡରାଇଥିଲା ଅଭିଯୁକ୍ତ ସ୍କୁଲ ଭ୍ୟାନ ଡ୍ରାଇଭର। ମାଆ ଝିଅର କଥା ଶୁଣିବା ସହ ତା ଦେହରେ ମାଡ଼ ଦାଗ ଦେଖି ଭୟଭୀତ ହୋଇଥିଲେ । ଏହାପରେ ପିଲାଟିର ମାଆ ତୁରନ୍ତ ଅଭିଯୋଗ ନେଇ ସ୍କୁଲରେ ପହଞ୍ଚିଥିଲେ। ଏହି ସମୟରେ ଅଭିଯୁକ୍ତ ଡ୍ରାଇଭର ଝିଅଟିର ମାଆଙ୍କୁ ଧମକ ଦେଇଥିଲେ। ସ୍କୁଲ ପରିଚାଳନା ମଧ୍ୟ ଏହି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ। ଏହା ପରେ, ପୀଡିତା ଝିଅର ମାଆ ଇନ୍ଦିରାନଗର ଥାନାରେ ଭ୍ୟାନ୍ ଡ୍ରାଇଭର ମହମ୍ମଦ ଆରିଫ୍ ଏବଂ ମ୍ୟାନେଜର ସନ୍ଦୀପ କୁମାରଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ଡ୍ରାଇଭର ମହମ୍ମଦ ଆରିଫ୍ଙ୍କୁ ଗିରଫ କରିଛି।