ନୂଆଦିଲ୍ଲୀ: ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଭୁଲ ଖବର ପ୍ରସାରଣ ପାଇଁ ଭାରତୀୟ ପାଇଲଟ ସଂଘ କ୍ଷୋଭ ପ୍ରକାଶ କରିଛି । ବିଶ୍ୱର ଦୁଇ ସୁନାମଧନ୍ୟ ଗଣମାଧ୍ୟମ ରୟଟର୍ସ ଏବଂ ଦ ୱାଲ ଷ୍ଟ୍ରିଟ୍ ଜର୍ନାଲ୍ ବିରୁଦ୍ଧରେ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛି ପାଇଲଟ ସଂଘ । ଦୁଇଟି ଗଣମାଧ୍ୟମକୁ ନୋଟିସ୍ ପଠାଇ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛ ସଂଘ ।
ସଂଘ ପକ୍ଷ ଦୁଇ ଗଣମାଧ୍ୟମ ପକ୍ଷରୁ ପ୍ରକାଶ ପାଇଥିବା ଖବରକୁ ଚୟନ ଏବଂ ବିନା ଯାଞ୍ଚରେ କରାଯାଇଛି ବୋଲି କହିଛି । ସଂଘ ନୋଟିସରେ କହିଛି, ଯେ ଯେଉଁଭଳିଭାବରେ ଖବର ପ୍ରସାରଣ କରାଯାଇଛି ତାହା ଅତ୍ୟନ୍ତ ଦାୟିତ୍ୱହୀନତା ଅଟେ । ଯେଉଁ ପାଇଲଟ୍ ମାନେ ନିଜର ରକ୍ଷା କରିପାରିଲେ ନାହିଁ, ତାହା ସେମାନଙ୍କ ସମ୍ମାନକୁ ଗମ୍ଭୀର ଏବଂ ଏକ ଅପୂରଣୀୟ କ୍ଷତି ପହଁଚାଇଛି । ରୟଟର୍ସ ଶୋକାକୁଳ ପରିବାରକୁ ମଧ୍ୟ ଅନାବଶ୍ୟକ କଷ୍ଟ ଦେଇଛି ଏବଂ ଏହା ପାଇଲଟଙ୍କ ମନୋବଳକୁ ମଧ୍ୟ ଦୁର୍ବଳ କରିଦେଇଛି । ତେଣୁ ଏଥିପାଇଁ ସେ କ୍ଷମା ପ୍ରାର୍ଥନା କରିବା ଉଚିତ ।
ରୟଟର୍ସ ଏବଂ ଦ ୱାଲ ଷ୍ଟ୍ରିଟ୍ ଜର୍ନାଲ୍ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପାଇଲଟଙ୍କ ଭୁଲ ଏବଂ କକପିଟ୍ କନଫ୍ୟୁଜନ ବୋଲି ଖବରରେ ଲେଖିଥିଲେ । ଯାହା ପାଇଲଟଙ୍କ ଭୁଲକୁ ଦର୍ଶାଉଛି ବୋଲି ସଂଘ ଅଭିଯୋଗ କରିଛି । ବିନା କୌଣସି ପ୍ରମାଣରେ ଏହା ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାର ସମୟ ନୁହେଁ । ତେଣୁ ଯେପର୍ଯ୍ୟନ୍ତ ତଦନ୍ତ ସମ୍ପୂର୍ଣ୍ଣ ନ ହୋଇଛି କୌଣସି ଅନୁମାନ ଲଗାଇବାକୁ ସଂଘ ବାରଣ କରିଛି ।
ତେବେ ଏୟାରକ୍ରାପ୍ଟ ଆକ୍ସିଡେଣ୍ଟ୍ ଇନଭେଷ୍ଟିଗେସନ୍ ବ୍ୟୁରୋ ରିପୋର୍ଟରେ ପ୍ରଥମେ କୁହାଯାଇଥିଲା ଯେ ବିମାନରେ ଇଞ୍ଜିନର ଇନ୍ଧନ ନିୟନ୍ତ୍ରଣ କରୁଥିବା ସୁଇଚ୍ ଦୁର୍ଘଟଣା ଘଟିବା ପୂର୍ବରୁ ହିଁ ବନ୍ଦ ହୋଇଯାଇଥିଲା । ଯେଉଁଥିପାଇଁ ଦୁଇଟି ଇଞ୍ଜିନକୁ ଇନ୍ଧନ ଯିବା ବନ୍ଦ ହୋଇଯାଇଥିଲା । ସେହିପରି ଦୁଇ ପାଇଲଟଙ୍କ ମଧ୍ୟରେ ଇନ୍ଧନ ସୁଇଚକୁ ନେଇ ମଧ୍ୟ ହୋଇଥିବା ବାର୍ତ୍ତାଳାପ ରେକର୍ଡ ହୋଇଥିବା ଏଏଆଇବି ତାର ରିପୋର୍ଟରେ କହିଥିଲା । ଯାହା ପରେ ପାଇଲଟ୍ ସଂଘ ତୀବ୍ର ପ୍ରତିକ୍ରିୟା ରଖିଥିଲା ।