ଦେଶର କିଛି ନିର୍ଦ୍ଧିଷ୍ଟ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟରେ ପହଁଞ୍ଚି ସାରିଲାଣି କରୋନା- ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ
Khabar Odisha:corona-virus-stage-three-delhi-aiims-director-randeep-guleria-covid-19-death
ନୂଆଦିଲ୍ଲୀ, ଏପ୍ରିଲ ୦୬ (ଖବର ଓଡ଼ିଶା):

ଦେଶରେ ଦିନକୁ ଦିନ ବଢିଚାଲିଥିବା ମହାମାରୀ କରୋନା ମାମଲା ଥମିବାର ନାଁ ନେଉନାହିଁ ଏହା ମଧ୍ୟରେ ଆଉ ଏକ ଖରାପ ଖବର ଆସିଛି ସାମ୍ନାକୁ | ଭାରତର କେତେକ ଅଞ୍ଚଳରେ କରୋନା ସଂକ୍ରମଣ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି ଏ ନେଇ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ସୂଚନା ଦେଇ କହିଛନ୍ତି ଯେ କେତେକ ଅଞ୍ଚଳରେ କରୋନା ସ୍ଥାନୀୟ ଅଞ୍ଚଳରେ ବିସ୍ତାର ହୋଇଛି । ତେବେ ସେ କହିଛନ୍ତି ଯେ ସମଗ୍ର ଭାରତରେ ଯଦି ବର୍ତ୍ତମାନ ସ୍ଥିତି ଦେଖିବା ତାହା ହେଲେ କରୋନା ଭାରତରେ ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ଏବଂ ତୃତୀୟ ପର୍ଯ୍ୟାୟ ମଧ୍ୟରେ ରହିଛି ।

ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ବିଶେଷ ବାର୍ତ୍ତାଳାପରେ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି ଯେ କରୋନା କାରଣରୁ ପରିସ୍ଥିତି ଚିନ୍ତାଜନକ, କାରଣ କେତେକ ସ୍ଥାନରେ ମାମଲା ବଢି ଚାଲିଛି ଏବଂ ମୁମ୍ବାଇ ଭଳି ଦେଶର ଅନ୍ୟ କେତେକ ଅଞ୍ଚଳରେ କରୋନା ସ୍ଥାନୀୟ ଅଞ୍ଚଳ ମଧ୍ୟରେ ବ୍ୟାପୁଛି । ଭାରତରେ ଆମେ ଦ୍ୱିତୀୟ ପର୍ଯ୍ୟାୟ ଓ ତୃତୀୟ ପର୍ଯ୍ୟାୟ ମଧ୍ୟରେ ବର୍ତ୍ତମାନ ଅଛୁ | ଦେଶର କିଛି ଅଞ୍ଚଳକୁ ଛାଡି ଦେଲେ ଅଧିକାଂଶ ଭାରତରେ କରୋନା କେବଳ ଷ୍ଟେଜ୍ -2 ରେ ଅଛି |

ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ଯେ ସ୍ଥାନୀୟ ଅଞ୍ଚଳରେ କିଛି ପ୍ରମୁଖ ହଟସ୍ପଟରେ କରୋନା ବ୍ୟାପିଛି, କିନ୍ତୁ ଆମେ ବର୍ତ୍ତମାନଠୁ ଯଦି ପରିସ୍ଥିତିକୁ ଦେଖି ସେହି ସବୁ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଦେବା ତେବେ ଚିନ୍ତା କରିବାର କିଛି କାରଣ ନାହିଁ । ପ୍ରାରମ୍ଭିକ ଭାବେ କରୋନାର  ବିସ୍ତାର କିଛି ପକେଟରେ ହିଁ ଆରମ୍ଭ ହେଉଛି, ତେଣୁ ବର୍ତ୍ତମାନ ଆମ ପାଇଁ ଅଧିକ ସଜାଗ ରହିବା ଆବଶ୍ୟକ ବୋଲି ଲୋକମାନଙ୍କୁ ସତର୍କ କରାଇ ଦେଇଛନ୍ତି ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ

  • Tags:

Subscribe

National International State Sports Entertainment