ନୂଆଦିଲ୍ଲୀ: ଗୋଆର ‘ବିର୍ଚ ବାଏ ରୋମିଓ ଲେନ୍’ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ପରେ ରାଜ୍ୟ ସରକାର ଆକ୍ସନ୍ସ ମୁଡକୁ ଆସିଛନ୍ତି । ଉକ୍ତ ନାଇଟ୍ କ୍ଲବ୍ ଉପରେ ବୁଲଡୋଜର୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ଜମି ଉପରେ ନାଇଟ୍ କ୍ଲବ୍ ତିଆରି ହୋଇଛି ବୋଲି ତଦନ୍ତରୁ ସ୍ପଷ୍ଟ ହେବା ପରେ ଏହି ନିଷ୍ପତି ନିଆଯାଇଛି ।
ଅନ୍ୟପକ୍ଷରେ କ୍ଲବର ମାଲିକ ଲୁଥରା ବ୍ରଦର୍ସ ବା ଗୌରବ ଲୁଥରା ଏବଂ ସୌରଭ ଲୁଥରା ଏବେ ଦେଶ ଛାଡ଼ି ଚାଲିଯାଇଥିବା ଜଣାପଡ଼ିଛି । ଅଘଟଣ ହେବାର ମାତ୍ର ତିନି ଘଣ୍ଟା ମଧ୍ୟରେ ସେମାନେ ଥାଇଲାଣ୍ଡ ଚାଲି ଯାଇଛନ୍ତି । ସେମାନେ ଦିଲ୍ଲୀରୁ ଇଣ୍ଡିଗୋ ବିମାନରେ ଫୁକେଟ୍ ଯାଇଛନ୍ତି । ଥାଇଲାଣ୍ଡରୁ ସେମାନଙ୍କୁ ଧରିବାକୁ ଗୋଆ ପୋଲିସ ଯୋଗଯୋଗ କରୁଛି ।
ଏହି ଲୁଥରା ବ୍ରଦର୍ସ ପ୍ରଥମେ ୨୦୧୬ରେ ଦିଲ୍ଲୀ ସିଭିଲ୍ ଲାଇନରେ ମାମାସ୍ ବୋଇ ନାମରେ ଏକ ନାଇଟ୍ କ୍ଲବ୍ ଖୋଲିଥିଲେ । ଯାହାକି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ନର୍ଥ କ୍ୟାମ୍ପସରୁ ମାତ୍ର ଅଳ୍ପ ଦୂରରେ ଥିଲା । ଏହା ପରେ ସେମାନେ ଫାଷ୍ଟଫୁଡ୍ ରେସ୍ତୋରାଁ ଡ୍ରାମେବାଜ୍ ଏବଂ ରୋମିଓ ଲେନ୍ ନାଇଟ୍ କ୍ଲବ୍ ଖୋଲିଥିଲେ । ପରେ ଏହାର ଆଉ ଏକ ଶାଖା ଗୋଆରେ ବିର୍ଚ ବାଏ ରୋମିଓ ଲେନ୍ ନାମରେ ଖୋଲିଥିଲେ । ଯେଉଁଥିରେ ଅଗ୍ନିକାଣ୍ଡ ଘଟି ୨୫ ଜଣଙ୍କର ମୃତ୍ୟୁ ହୋଇଛି ।