ନୂଆଦିଲ୍ଲୀ: ପୁଣି ଥରେ ବିଜେପି କାର୍ୟ୍ୟାଳୟରେ ଖୁସିର ଲହରି ଖେଳିଯାଇଛି । ବିହାରରେ ପୁଣି ଥରେ ଏନଡିଏ ସରକାର ଗଢ଼ିବାକୁ ଯାଉଛି । ବୁଥ ବାହୁଡ଼ା ମତ ଆକଳନକୁ ପଛରେ ପକାଇ ସ୍ପଷ୍ଟ ବହୁମତ ଠାରୁ ବହୁ ଆଗରେ ରହିଛି ଏନଡିଏ । ବିହାରରେ ଏନଡିଏ ମ୍ୟାଜିକ୍ ନମ୍ବର ଠାରୁ ଢେର୍ ଆଗରେ ଚାଲିଛି ।
ଖବର ଲେଖା ହେବା ସୁଦ୍ଧା ଏନଡିଏ ୧୯୧ ଆସନରେ ଆଗରେ ରହିଛି । ଏନଡିଏର ୧୯୧ ଆସନରେ ବିଜେପି ୮୨, ଜେଡିୟୁ ୮୦, ଏଲଜେପି ୨୩ ଏବଂ ଅନ୍ୟ ଦଳ ୬ଟି ଆସନରେ ଆଗରେ ରହିଥିଲେ । ଦଳରେ ନୂତନଭାବେ ଯୋଗ ଦେଇଥିବା ପ୍ରସିଦ୍ଧ ଲୋକପ୍ରିୟ ଗାୟିକା ମୈଥିଲି ଠାକୁର ମଧ୍ୟ ବିଜୟ ମୁକୁଟ ପିନ୍ଧିବାର ସମ୍ଭାବନା ଉଜ୍ଜୀବିତ ହୋଇଛି ।
ଅନ୍ୟପକ୍ଷରେ ସରକାର ଗଢ଼ିବାକୁ ଆଶା ରଖିଥିବା ମହାଗଠବନ୍ଧନକୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ଯାଉଛି । ମହାଗଠବନ୍ଧନ ମାତ୍ର ୪୮ଟି ଆସନରେ ଆଗରେ ଥିଲା । ଯେଉଁଥିରେ ଆରଜେଡ଼ି ୩୪, କଂଗ୍ରେସ ୫ ଏବଂ ଅନ୍ୟ ଦଳ ୭ଟି ଆସନରେ ଅଗ୍ରୀମ ରହିଛି ।
ସେପଟେ ବିହାରଠୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ବିଜେପି କାର୍ଯ୍ୟାଳୟମାନଙ୍କରେ ଉତ୍ସାହ ଆରମ୍ଭ ହୋଇଗଲାଣି । ବାଜା ବାଣରେ କମ୍ପୁଛି କାର୍ଯ୍ୟାଳୟ । ଖାଲି ଅନ୍ତିମ ଫଳାଫଳ ଘୋଷଣା ପରେ ମିଠା ବଣ୍ଟା ଆରମ୍ଭ ହୋଇଯିବ ।