ଋଣରେ ବୁଡ଼ିଛି ଏୟାର ଇଣ୍ଡିଆ, ଆସନ୍ତା ମାସରେ ହେବ ନିଲାମ !
Khabar Odisha:bid-for-air-india-from-next-month
ନୂଆଦିଲ୍ଲୀ, ଅକ୍ଟୋବର ୨୧ (ଖବର ଓଡ଼ିଶା):

ସାର୍ବଜନିକ କ୍ଷେତ୍ରରେ ଚଳାଚଳ କରୁଥିବା ଏକମାତ୍ର ବିମାନ କମ୍ପାନୀ ଏୟାର ଇଣ୍ଡିଆ କୋଟି କୋଟି ଟଙ୍କା ଋଣରେ ବୁଡ଼ି ରହିଛି । ଏମିତିକି କମ୍ପାନୀ ଏବେ ବିକ୍ରି ହେବା ସ୍ଥିତିକୁ ଆସି ଯାଇଛି । ଆଗାମୀ ମାସରେ କେନ୍ଦ୍ର ସରକାର ଏୟାର ଇଣ୍ଡିଆର ନିଲାମ୍‌ କରିପାରନ୍ତି ବୋଲି ସୂଚନା ମିଳିଛି । 

ବିମାନ କମ୍ପାନୀ ଏୟାର ଇଣ୍ଡିଆ ମୁଣ୍ଡ ଉପରେ ଏବେ ୫୮ ହଜାର କୋଟି ଋଣ ରହିଛି । ସେଥିପାଇଁ ତାକୁ ବିକ୍ରି କରିବାକୁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ଏଥିପାଇଁ ଆବଶ୍ୟକ କାଗଜପତ୍ରକୁ ଅନ୍ତିମ ରୂପ ଦିଆଯାଉଛି । ଚଳିତମାସ ଶେଷ ବେଳ କିମ୍ବା ଆସନ୍ତା ମାସରେ ସରକାର କମ୍ପାନୀକୁ ନିଲାମ କରିପାରନ୍ତି । ଖୁବଶୀଘ୍ର ଏଥିପାଇଁ ଇ-ଟେଣ୍ଡର ଜରିଆରେ ଟେଣ୍ଡର ପ୍ରକାଶ ପାଇବ । ବେସାମରିକ ବିମାନ ସଚିବ ପ୍ରଦୀପ ସିଂହ ଖରୋଲା ଏକ ବୈଠକ କରିସାରିଛନ୍ତି । ଆଗାମୀ ୨୨ ତାରିଖରେ କମ୍ପାନୀର ନିର୍ଦ୍ଦେଶକ ମଣ୍ଡଳୀଙ୍କ ସହିତ ସଚିବ ବୈଠକ କରିବେ । ଏହି ବୈଠକରେ ନିଲାମ ପ୍ରସ୍ତାବକୁ ମଞ୍ଜୁରୀ ମିଳିବ । କିନ୍ତୁ କମ୍ପାନୀର କର୍ମଚାରୀ ମାନେ ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧ କରୁଛନ୍ତି । ଏହା ଦ୍ୱାରା ଚାକିରି ଯିବାର ସମ୍ଭାବନା ରହିଥିବା ସେମାନେ କହୁଛନ୍ତି ।  

ଏୟାର ଇଣ୍ଡିଆର ବାଲାନ୍ସ ସିଟ୍‌ ସୁଧାରିବାକୁ ପ୍ରାୟ ୩୦ ହଜାର କୋଟି ଟଙ୍କାର ଋଣ ପାଇଁ ବଣ୍ଡ୍‌ ଜାରି କରାଯିବ । କମ୍ପାନୀ ଏଯାବତ ୨୧ ହଜାର ୯୮୫ କୋଟି ଟଙ୍କାର ବଣ୍ଡ୍‌ ସଂଗ୍ରହ କରିସାରିଛି । 

  • Tags:

Subscribe

National International State Sports Entertainment