ଉତ୍ତରପ୍ରଦେଶ: ଆରଏସଏସ(ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘ) ସଂସ୍ଥାପକ କେଶବ ବଳିରାମ ହେଡଗେୱାରଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପ୍ରଦାନ କରିବାକୁ ଦାବି ହୋଇଛି। ଏହି ଦାବି କରିଛି ଏକ ମୁସଲମାନ ସଂଗଠନ। ଉତ୍ତରପ୍ରଦେଶର ସହାରନପୁରର ଏକ ମୁଲସମାନ ସଂଗଠନ ଜମୀୟତ ହିମାୟତୁଲ ଇସଲାମର ଅଧ୍ୟକ୍ଷ ଅବରାର ଜମାଲ ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଦାବି କରିଛନ୍ତି।
ସହାରନପୁରରେ ତାଙ୍କ ସଂଗଠନର ଲେଟରହେଡରେ ଜାରି ହୋଇଥିବା ଏହି ଚିଠିରେ କୁହାଯାଇଛି ଯେ ଡକ୍ଟର ହେଡଗେୱାର ଭାରତର ସାମାଜିକ, ସାଂସ୍କୃତିକ ଏବଂ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଅତୁଳନୀୟ ଅବଦାନ ରଖିଛନ୍ତି। ସଂଗଠନର କହିବା ମୁତାବିକ ଡକ୍ଟର ହେଡଗେୱାର ରାଷ୍ଟ୍ର ନିର୍ମାଣ ଏବଂ ସାମାଜିକ ଏକତାରେ ଅତୁଳନୀୟ ଅବଦାନ ରଖିଛନ୍ତି ଏବଂ ଆଜି ମଧ୍ୟ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେଉଛନ୍ତି। ତାଙ୍କ ଚିନ୍ତାଧାରା ସମାଜରେ ଏକତା, ଶୃଙ୍ଖଳା ଏବଂ ଦେଶପ୍ରେମର ଭାବନା ଭାବନାକୁ ମଜବୁତ ଜବୁତ କରିଥିଲା। କରି ଚିଠିରେ ଅବରାର ଜମାଲ ସରକାରଙ୍କୁ ଏହି ଦାବିକୁ ଗମ୍ଭୀରତାର ସହିତ ବିଚାର କରିବାକୁ ଅନୁରୋଧ କରିଛନ୍ତି।
ମୁସଲିମ ସମ୍ପ୍ରଦାୟ ସହିତ ଜଡିତ ଏକ ସଂଗଠନର ଏହି ପଦକ୍ଷେପ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି, କିନ୍ତୁ ସମାଜର ବିଭିନ୍ନ ବର୍ଗ ଏହାକୁ ସକାରାତ୍ମକ ଚିନ୍ତାଧାରା ଏବଂ ଜାତୀୟ ସ୍ୱାର୍ଥର ଏକ ଉଦାହରଣ ଭାବରେ ଦେଖୁଛନ୍ତି। ଅବରାର ଜମାଲ ତାଙ୍କ ଚିଠିରେ ଲେଖିଛନ୍ତି ଯେ ଡକ୍ଟର କ୍ଟର ହେଡଗେୱାରଙ୍କ ଚିନ୍ତାଧାରା ଏବଂ କାର୍ଯ୍ୟ ଲକ୍ଷ ଲକ୍ଷ ସ୍ୱଚ୍ଛାସେବକଙ୍କୁ ପ୍ରେରଣା ଦେଇ ଚାଲିଛି। ସେ ବିଶ୍ୱାସ କରନ୍ତି ଯେ ଏପରି ଜଣେ ମହାନ ବ୍ୟକ୍ତିତ୍ଵ ସର୍ବୋଚ୍ଚ ଜାତୀୟ ସମ୍ମାନ ପାଇବାକୁ ଯୋଗ୍ୟ।
ଅବରାର ଜମାଲ ଡକ୍ଟର ହେଡଗେୱାରଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି, ଯାହା ଦେଶର ନୂତନ ପିଢ଼ି ପାଇଁ ଏକ ଉଦାହରଣ ସୃଷ୍ଟି କରିବ। ସେ କହିଛନ୍ତି ଯେ ଏହି ସମ୍ମାନ କେବଳ ଡକ୍ଟର ହେଡଗେୱାରଙ୍କ ଅବଦାନକୁ ସମ୍ମାନିତ କରିବ ନାହିଁ ବରଂ ଜାତୀୟ ଏକତା ଏବଂ ଭାଇଚାରାର ବାର୍ତ୍ତାକୁ ମଧ୍ୟ ମଜବୁତ କରିବ। ଏହି ଦାବି ସାମାଜିକ ଏବଂ ରାଜନୈତିକ ମହଲରେ ବର୍ତମାନ ଆଲୋଚନାର ବିଷୟ ପାଲଟିଛି।