ନୂଆଦିଲ୍ଲୀ: ପାର୍ଟି କରି ଫେରୁଥିଲେ, ସଡକ ଦୁର୍ଘଟଣାରେ ଚାଲିଗଲା ୪ ସାଙ୍ଗଙ୍କ ଜୀବନ। ସାଙ୍ଗର ଚାକିରୀ ହୋଇଥିବା ଖୁସିରେ ଖୁସି ମନାଇବାକୁ ଏକତ୍ରିତ ହୋଇଥିଲେ ମାତ୍ର ମର୍ମନ୍ତୁଦ ଦୁର୍ଘଟଣାରେ ୪ଟି ଜୀବନ ଚାଲିଯିବା ସହିତ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।
ସୂଚନାଯୋଗ୍ୟ ଆଜିମ ପଶାମିୟା ଶୈଖ ରାଜ୍ୟ ରିଜର୍ଭ ପୋଲିସ ଫୋର୍ସରେ ଚାକିରି ପାଇଥିଲେ। ଏହାର ଖୁସି ମନାଇବାପାଇଁ କିଛି ସାଙ୍ଗ ଏକତ୍ରିତ ହୋଇଥିଲେ। ମାତ୍ର ଫେରିବା ସମୟରେ ଭୟାନକ ଦୁର୍ଘଟଣା ଘଟିଥିଲା। ସେମାନଙ୍କ କାରକୁ ଏକ ଟ୍ରକ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଡାକ୍ତରଖାନାରେ ମୃତ୍ୟୁବରଣ କରିଛନ୍ତି। ଅନ୍ୟ ଦୁଇ ସାଙ୍ଗଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ବି ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।