କୁଆଡେ ଗଲେ ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିଥିବା ୧୦ ବିଦେଶୀ, ଖୋଜି ଖୋଜି ନୟାନ୍ତ ହେଲାଣି ସ୍ୱାସ୍ଥ୍ୟ ବିଭାଗ
Khabar Odisha:Where-did-the-10-foreigners-who-returned-to-India-from-South-Africa-go
ବେଙ୍ଗାଲୁରୁ, ଡିସେମ୍ବର ୩(ଖବର ଓଡିଶା):

ସାରା ବିଶ୍ୱରେ ଓମିକ୍ରନ୍ ଭ୍ୟାରିଆଣ୍ଟକୁ ନେଇ ଆତଙ୍କ ଦେଖାଦେଇଛି । ଗୁରୁବାର କର୍ଣ୍ଣାଟକରୁ ୨ ଜଣ ଓମିକ୍ରନ୍ ଭ୍ୟାରିଆଣ୍ଟ ସଂକ୍ରମିତ ଚିହ୍ନଟ ହେବା ପରେ ଚିନ୍ତା ବଢିବାରେ ଲାଗିଛି । ଦକ୍ଷିଣ ଆଫ୍ରିକାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର ରଖାଯାଇଛି । ଏହାରି ଭିତରେ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଫେରିଥିବା ୧୦ ଜଣ ବିଦେଶୀ ନାଗରିକ ନିଖୋଜ ଅଛନ୍ତି । ସେମାନେ ସୋମବାର ଭାରତରେ ପହଞ୍ଚିବା ପରେ କୁଆଡେ ଗଲେ, କଣ କରୁଛନ୍ତି ସେନେଇ କାହା ପାଖରେ କିଛି ଖବର ନାହିଁ । 

ସେମାନେ ଭାରତରେ ପହଞ୍ଚିବା ପରେ କୋଭିଡ ଟେଷ୍ଟ କରାଇଛନ୍ତି କି ନାହିଁ ସେନେଇ ମଧ୍ୟ ସୂଚନା ମିଳିନାହିଁ । ଯାହାକୁ ନେଇ ଏବେ ଚିନ୍ତାରେ ପ୍ରଶାସନ । ସମସ୍ତ ବିଦେଶୀ ନାଗରିକ ଦକ୍ଷିଣ ଆଫ୍ରିକୀୟ ଦେଶମାନଙ୍କୁ ଆସିଥିବା ଜଣାପଡିଛି । ଟ୍ରାଭେଲ ହିଷ୍ଟ୍ରୀରୁ ତାହା ସ୍ପଷ୍ଟ ହୋଇଛି । ମାତ୍ର ସେଠାରୁ ସେମାନେ କୁଆଡେ ଗଲେ ସେନେଇ ପତ୍ତା ମିଳୁନଥିବା ବେଳେ ଫୋନ ସ୍ୱିଚ ଅଫ ରହିଛି । 

ବେଙ୍ଗାଲୁରୁ ମହାନଗରପାଳିକା କମିଶନର ଗୌରବ ଗୁପ୍ତା କହିଛନ୍ତି ଯେ ସମସ୍ତ ବିଦେଶୀ ନାଗରିକ ଦକ୍ଷିଣ ଆଫ୍ରିକାରୁ ହିଁ ଆସିଛନ୍ତି । ସମସ୍ତଙ୍କୁ ଖୋଜି ବାହାର କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି । ଓମିକ୍ରନ୍ ଭ୍ୟାରିଆଣ୍ଟ ସଂକ୍ରମଣ ଆସିବା ପରଠାରୁ ଦକ୍ଷିଣ ଆଫ୍ରିକାରୁ ମୋଟ ୫୭ ଜଣ ଯାତ୍ରୀ ବେଙ୍ଗାଲୁରୁ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ପତ୍ତା ମିଳିନାହିଁ ।

  • Tags:

Subscribe

National International State Sports Entertainment