ନୂଆଦିଲ୍ଲୀ, ଜୁନ୍ ୨୨(ଖବର ଓଡିଶା):
ମହାରାଷ୍ଟ୍ର ରାଜନୈତିକ ବିବାଦ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସମ୍ବୋଧନ କରିଛନ୍ତି । ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପ୍ରସ୍ତୁତ ଥିବା ଉଦ୍ଧବ ଠାକରେ କହିଛନ୍ତି । ସେହିପରି ଶିବସେନା ଅଧ୍ୟକ୍ଷ ପଦ ଛାଡିବାକୁ ମଧ୍ୟ ପ୍ରସ୍ତୁତ ଥିବା କହିଛନ୍ତି ।
ସେହିପରି ପଦ ଛାଡିବାକୁ ପ୍ରସ୍ତୁତ ଥିବା କହିବା ବେଳେ ଉଦ୍ଧର ଭାବୁକ ହୋଇଥିଲେ । ବିଦ୍ରୋହୀ ବିଧାୟକମାନଙ୍କ ପ୍ରତି ଭାବୁକ ଶଦ୍ଦରେ ଉଦ୍ଧବ ସନ୍ଦେଶ ଦେଇଥିଲେ ।
ସୂଚନାଯୋଗ୍ୟ, ମହରାଷ୍ଟ୍ରର ବିଧାନସଭାରେ ୨୮୮ ଜଣ ସଦସ୍ୟ ଅଛନ୍ତି । ସରକାର ଗଢ଼ିବାକୁ ହେଲେ ୧୪୫ ଜଣ ବିଧାୟକ ଦରକାର । ଶିବସେନାର ଜଣେ ବିଧାୟକଙ୍କ ପରଲୋକ ହୋଇଯାଇଛି । ଏବେ ବିଧାନସଭାରେ ୨୮୭ ଜଣ ବିଧାୟକ ଅଛନ୍ତି । ସରକାର ଗଢ଼ିବା ପାଇଁ ୧୪୪ ଜଣ ବିଧାୟକ ଦରକାର ।
ବିଦ୍ରୋହ ଆରମ୍ଭ ହେବା ପୂର୍ବରୁ ଶିବସେନା ନେତୃତ୍ୱରେ ମହା ବିକାସ ଅଘାଡିର ୧୬୯ ବିଧାୟକ ସମର୍ଥନ ମିଳିଥିଲା । ଅନ୍ୟପଟରେ ବିଜେପି ପାଖରେ ୧୧୩ ଜଣ ବିଧାୟକ ଓ ବିରୋଧରେ ଅନ୍ୟ ୫ ଜଣ ବିଧାୟକ ଅଛନ୍ତି ।