ଆଜି ମଧ୍ୟ ଦୁଇ ଲକ୍ଷ ପାର ଦେଶରେ ସଂକ୍ରମଣ, ଗତ ୨୪ ଘଣ୍ଟାରେ ୨,୬୮,୮୩୩ ଆକ୍ରାନ୍ତ ଚିହ୍ନଟ, ୪୦୨ ମୃତ ବାଲିପାଟଣା, ଜାନୁଆରୀ ୧୫(ଖବର ଓଡ଼ିଶା): Share story: ଦେଶରେ ବର୍ଦ୍ଧିତ ଦୈନିକ କରୋନା ସଂକ୍ରମଣ ବିସ୍ତାର ଜାରି ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ପୁଣି ୨ ଲକ୍ଷ ୬୮ ହଜାର ୮୩୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୪ ଲକ୍ଷ ୧୭ ହଜାର ୮୨୦ରେ ପହଁଞ୍ଚିଛି । ଦୈନିକ ସଂକ୍ରମଣ ହାର ଏବେ ୧୬.୬୬% ରହିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୬୮,୫୦,୯୬୨ରେ ପହଞ୍ଚିଛି । ସେହିପରି କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍ ମାମଲା ମଧ୍ୟ ୬,୦୪୧ରେ ପହଁଞ୍ଚିଛି । ସମାନ ସମୟ ମଧୟରେ ୪୦୨ ଜଣ ମୃତ୍ୟୁ ବରଣ କରିଛନ୍ତି । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୫ ହଜାର ୭୫୨ ରେ ପହଁଞ୍ଚିଛି । ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୨୨ ହଜାର ୬୮୪ ଜଣ ସୁସ୍ଥ ହୋଇଛନ୍ତି । ଏହା କୁ ମିଶାଇ ମୋଟ ସୁସ୍ଥଙ୍କ ସଂଖ୍ୟା ୩,୪୯,୪୭,୩୯୦ରେ ପହଁଞ୍ଚିଛି । ତେବେ ସମଗ୍ର ଦେଶର କେରୋନା ଟିକା କରଣ ୧୫୬ କୋଟି ଡିଜ୍ ପାର କରିଛି । ସମଗ୍ର ଦେଶରେ ଗତ ୨୪ ଘଣ୍ଟାରେ ୧୬ ଲକ୍ଷ ୧୩ ହଜାର ୭୪୦ ନମୁନା ପରୀକ୍ଷଣ କରାଯାଇଥିବା ବେଳେ ସଂକ୍ରମଣ ହାର ଏବେ ୧୬.୬୬% ରହିଛି । ଖବର ଓଡ଼ିଶା, Reporter, 15/01/2022