75 ହଜାର ଅତିକ୍ରମ କଲା ସାରା ବିଶ୍ୱରେ କରୋନା ମୃତକଙ୍କ ସଂଖ୍ୟା, ଜାପାନରେ ଘୋଷଣା ହେଲା ଜରୁରୀକାଳୀନ ସ୍ଥିତି
Khabar Odisha:The-death-toll-has-risen-to-more-than-75000-worldwide-with-a-state-of-emergency-declared-in-Japan
ନୂଆଦିଲ୍ଲୀ, ଏପ୍ରିଲ ୦୭ (ଖବର ଓଡ଼ିଶା):

ମହାମାରୀ କରୋନା ଭାଇରସ କାରଣରୁ ସାରା ବିଶ୍ୱରେ ମୃତକଙ୍କ ସଂଖ୍ୟା 75,000 ଅତିକ୍ରମ କରିଥିବା ଜଣାପଡିଛି । ସମଗ୍ର ବିଶ୍ୱରେ ମୋଟ 75,538 ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଜଣାପଡିଛି ସେଥି ମଧ୍ୟରୁ 53,928 ଲୋକ କେବଳ ୟୁରୋପରେ ପ୍ରାଣ ହରାଇଲେଣି। ମଙ୍ଗଳବାର ଦିନ ସ୍ପେନର 743 ଜଣ ଲୋକ ମହାମାରୀ କରୋନା ଦ୍ୱାରା ପ୍ରାଣ ହରାଇଥିବା ଜଣାପଡିଛି । ଏହା ସହ ସ୍ପେନରେ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ମୋଟ ଲୋକଙ୍କ ସଂଖ୍ୟା 13,798 କୁ ବୃଦ୍ଧି ପାଇଛି |

ସେହିଭଳି ଇରାନରେ କରୋନା ଜୀବାଣୁ ସଂକ୍ରମଣରେ ଆଜି ଆହୁରି 133 ଜଣ ଲୋକ ପ୍ରାଣ ହରାଇଥିବା ଜଣାପଡିଛି । ଏହା ପରେ ଦେଶରେ କୋଭିଡ -19 ରୁ ମୃତ୍ୟୁ ସଂଖ୍ୟା 3,872 କୁ ବୃଦ୍ଧି ପାଇଛି । ଗତ 24 ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ 2,089 ଜଣ ନୂତନ କୋଭିଡ -19 ସଂକ୍ରମଣ ରୋଗୀ ଚିହ୍ନଟ ହୋଇଥିବା ନେଇ ଜଣାପଡିଛି । ଏହା ସହ ଇରାନରେ ମୋଟ ମାମଲା 62,589 କୁ ବୃଦ୍ଧି ପାଇଛି |

ସେହିଭଳି ଆମ ପଡୋଶୀ ଦେଶ ପାକିସ୍ତାନରେ ଆଜି 500 ନୂତନ ଲୋକ କରୋନା ଜୀବାଣୁ ସଂକ୍ରମିତ ହୋଇଥିବା ବେଳେ ମୋଟ ସଂକ୍ରମିତ ରୋଗୀଙ୍କ ସଂଖ୍ୟା 4004 କୁ ବୃଦ୍ଧି ପାଇଛି । କରୋନା ଜୀବାଣୁ ଯୋଗୁଁ ଏପର୍ଯ୍ୟନ୍ତ ପାକିସ୍ତାନରେ 54 ଜଣଙ୍କର ମୃତ୍ୟୁ ହୋଇଛି । ଜାତୀୟ ସ୍ୱାସ୍ଥ୍ୟ ସେବା ମନ୍ତ୍ରଣାଳୟର ସକାଳେ ନିଜ ୱେବସାଇଟରେ ପ୍ରକାଶିତ ତଥ୍ୟରେ ଗତ 24 ଘଣ୍ଟା ମଧ୍ୟରେ ପାକିସ୍ତାନରେ ଚାରିଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ସେହିଭଳି 429 ରୋଗୀ ସୁସ୍ଥ ହୋଇଛନ୍ତି ଏବଂ 28 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପାକିସ୍ତାନରେ ବର୍ତ୍ତମାନ ପର୍ଯ୍ୟନ୍ତ 39,183 ଜଣଙ୍କୁ ସ୍କ୍ରିନିଂ କରାଯାଇଛି ଯେଉଁଥିରୁ ଗତ 24 ଘଣ୍ଟା ମଧ୍ୟରେ 3088 ଜଣଙ୍କର ପରୀକ୍ଷା କରାଯାଇଛି।

ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଟୋକିଓ, ଓସାକା ଏବଂ ଅନ୍ୟ ପାଞ୍ଚଟି ରାଜ୍ୟରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଏହି ସାତୋଟି ରାଜ୍ୟରେ ଟୋକିଓ, କାନାଗାୱା, ସାଇଟାମା, ଚିବା, ଓସାକା, ହାଇଗୋ ଏବଂ ଫୁକୁକୋରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଜାପାନରେ ଆଜି ଗୋଟିଏ ଦିନରେ 252 ଟି ନୂଆ କରୋନୋ ଭାଇରସ ସଂକ୍ରମିତ ରୋଗୀ ଚିହ୍ନଟ କରାଯାଇଥିବା ବେଳେ ଏବଂ ସୋମବାର ସାତ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏହାକୁ ମିଶାଇ ଜାପାନରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା 4600 ଅତିକ୍ରମ କରିଛି ଏବଂ ଏପର୍ଯ୍ୟନ୍ତ 91 ଜଣଙ୍କର ମୃତ୍ୟୁ ଘଟିଛି।

  • Tags:

Subscribe

National International State Sports Entertainment