ମାଡିବାରେ ଲାଗିଛି ମଙ୍କିପକ୍ସ, ବନ୍ଦର ଓ ବିମାନ ବନ୍ଦରରେ ଆର୍ଲଟ ଜାରି କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନୂଆଦିଲ୍ଲୀ, ମେ ୨୧(ଖବର ଓଡିଶା): Share story: ଦେଶରେ ଏବେ ମାଡିବାରେ ଲାଗିଲାଣି ମଙ୍କିପକ୍ସ । ଆମେରିକା ଓ ବ୍ରିଟେନ ସମେତ ଏକାଧିକ ଦେଶରେ ଏହି ଭୂତାଣୁ ବ୍ୟାପିବାରେ ଲାଗିଛି । ତେବେ ଏନେଇ ବନ୍ଦର ଓ ବିମାନ ବନ୍ଦରରେ କେନ୍ଦ୍ର ସରକାର ଆଲର୍ଟ କରିଛନ୍ତି । ତେବେ ମଙ୍କିପକ୍ସ ଆକ୍ରାନ୍ତ ଦେଶରୁ ଆସୁଥିବା ଅସୁସ୍ଥ ବ୍ୟକ୍ତିଙ୍କ ଉପରେ ନଜର ରଖିବାକୁ କୁହାଯାଇଛି । ଏହାସହିତ ସେମାନଙ୍କୁ ସଙ୍ଗରୋଧରେ ରଖି ନମୁନା ସଂଗ୍ରହ କରିବା ପାଇଁ କୁହାଯାଇଛି । ଆଫ୍ରିକୀୟ ଦେଶରେ ଦେଖା ଦେଇଥିବା ଏହି ନୂଆ ପ୍ରକାର ଭୂତାଣୁର ଲକ୍ଷଣ ଓ ବ୍ୟବହାର ଉପରେ ଆଇସିଏମଆରକୁ ନଜର ରଖିବାକୁ କହିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ବ୍ରିଟେନ ଓ ଆମେରିକା ପରେ ଫ୍ରାନ୍ସ, ଇଟାଲୀ, ସ୍ୱିଡେନ, କାନାଡା, ଅଷ୍ଟ୍ରେଲିଆ, ସ୍ପେନ୍ ଓ ପର୍ତ୍ତୁଗାଲରେ ଏହି ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ସେପଟେ କାନାଡାରେ ୧୩ଟି ମାମଲା ଚିହ୍ନଟ ମଧ୍ୟ ହୋଇଛି । , , 20/05/2022