କରୋନା ଟୀକା କ୍ଷେତ୍ରରେ ଏକ ନୂଆ ସମ୍ଭାବନା, ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବିତରଣ ବୈଠକ
Khabar Odisha:The-Prime-Ministers-distribution-meeting-with-the-Chief-Minister-of-the-state-today-is-a-new-possibility-in-the-field-of-corona-vaccination
ନୂଆଦିଲ୍ଲୀ, ନଭେମ୍ବର ୨୩ (ଖବର ଓଡ଼ିଶା):

ଦେଶରେ କରୋନା ଟୀକା ନେଇ ଏକ ନୂଆ ସମ୍ଭାବନା ଦେଖିବାକୁ ମିଳିଛି  ।ଜାନୁଆରୀ ଶେଷ କିମ୍ବା ଫେବୃଆରୀ ପ୍ରାରମ୍ଭରେ ଦେଶ ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେଙ୍କା ଟୀକା ପାଇପାରେ । ଭାରତର ଚାରୋଟି ଫାର୍ମାସ୍ୟୁଟିକାଲ୍ କମ୍ପାନୀ ସେମାନଙ୍କ ଟୀକାକରଣର ଦ୍ୱିତୀୟ କିମ୍ବା ତୃତୀୟ ପର୍ଯ୍ୟାୟରେ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ଏବଂ ଟୀକାକରଣ ଆରମ୍ଭ ହୋଇପାରେ।

ପ୍ରକାଶ ଥାଉ ଯେ ସମୁଦାୟ କରୋନା ମାମଲା ସମଗ୍ର ଦେଶରେ ୯୦ ଲକ୍ଷ ଅତିକ୍ରମ କରିଛି। ସେମଧ୍ୟରୁ ୮୫ ଲକ୍ଷରୁ ଅଧିକ ରୋଗୀ ସୁସ୍ଥ ହୋଇ ନିଜ ଘରକୁ ଯାଇଛନ୍ତି। ଦେଶରେ ପ୍ରାୟ ସାଢେ ଚାରି ଲକ୍ଷ ରୋଗୀ ଚିକିତ୍ସିତ ହେଉଛନ୍ତି। ଦେଶରେ ପ୍ରଥମେ ଡାକ୍ତର, ନର୍ସ, ମ୍ୟୁନିସିପାଲିଟି କର୍ମଚାରୀଙ୍କ ପରି ଫ୍ରଣ୍ଟଲାଇନ କର୍ମଚାରୀଙ୍କ ଠାରୁ କରୋନା ଟୀକାକରଣ ଆରମ୍ଭ ହେବ।

ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେଙ୍କା ଟୀକାର ଜରୁରୀକାଳୀନ ବ୍ୟବହାରକୁ କେନ୍ଦ୍ର ସରକାର ଅନୁମୋଦନ କରିପାରନ୍ତି। ବ୍ରିଟେନରେ ଅନୁମୋଦନ ହେବା ମାତ୍ରେ ଭାରତ ସରକାର ମଧ୍ୟ  ଅନୁମୋଦନ କରିବେ ।

ଏକ ସରକାରୀ ସୂତ୍ରରୁ ପ୍ରକାଶ ଯେ, ଭାରତ ସରକାର ଏହି ଟୀକାକୁ ବହୁ ପରିମାଣରେ କିଣିବେ ତେଣୁ ସରକାରଙ୍କ ଦ୍ୱାରା ମୂଲ୍ୟ ଚୁକ୍ତି କରାଯାଇଛି। ଦୁଇ ବୁନ୍ଦା ଟୀକା ପାଇଁ ୫୦୦- ୬୦୦ ଟଙ୍କା ଦେବାକୁ ପଡିବ ।

ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭର୍ଚୁଆଲ୍ ବୈଠକ କରିବେ, ଏହି ବୈଠକରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ରହିବେ। ସେଥିରେ ରାଜ୍ୟଗୁଡ଼ିକରେ କରୋନାର ସ୍ଥିତି ସମୀକ୍ଷା କରାଯିବ।

ଦେଶର ଚାରିଟି ଟୀକା କମ୍ପାନୀ ଦ୍ୱିତୀୟ କିମ୍ବା ତୃତୀୟ ପର୍ଯ୍ୟାୟରେ କ୍ଲିନିକାଲ ପରୀକ୍ଷଣରେ ଅଛି, ତେଣୁ ବୈଠକରେ ଟୀକା ବିତରଣ ଉପରେ ଆଲୋଚନା ହୋଇପାରେ। ପ୍ରଧାନମନ୍ତ୍ରୀ ମଙ୍ଗଳବାର କ୍ରମାଗତ ଦୁଇଟି ବୈଠକ କରିପାରନ୍ତି। ପ୍ରଥମ ବୈଠକରେ ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟର ପ୍ରତିନିଧୀମାନେ ଯୋଗଦେବେ । ଦ୍ବିତୀୟ ବୈଠକରେ ଟୀକାକରଣର ବୈଜ୍ଞାନିକ ସ୍ଥିତିର ସମୀକ୍ଷା ପାଇଁ ଦେଶରେ ଟୀକା ଟାସ୍କଫୋର୍ସ ମଧ୍ୟ ଖୁବ୍ ଶୀଘ୍ର ବୈଠକ କରିପାରନ୍ତି ।

  • Tags:

Subscribe

National International State Sports Entertainment