ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ଏନଡିଏ ଐତିହାସିକ ବିଜୟ ଆଡକୁ ଅଗ୍ରସର ହେଉଛି । ନୀତିଶ କୁମାରଙ୍କ ନେତୃତ୍ୱରେ ଏନଡିଏ ଏ ପର୍ଯ୍ୟନ୍ତ ୨୦୦ ସିଟରେ ଆଗୁଆ ରହିଛି । ଏହି ନିର୍ବାଚନରେ ମହିଳା(ଏମ)ମାନେ ଖୁବ ଭୋଟିଂ କରିଛନ୍ତି । ଏହାର ପରିଣାମ ମଧ୍ୟ ଭୋଟ୍ ଗଣତିରେ ଦେଖିବାକୁ ମିଳିଛି । ନୀତିଶ କୁମାରଙ୍କ ନେତୃତ୍ୱରେ ବିହାରରେ ମହିଳା ସଶକ୍ତିକରଣ ପାଇଁ ବହୁତ କାମ କରାଯାଇଛି । ସେ ଜୀବିକା ଦିଦି ହେଉ କିମ୍ବା ମହିଳା ରୋଜଗାର ଯୋଜନା ହେଉ ଏନଡିଏକୁ ଏହାର ଫାଇଦା ମିଳିଥିବା ସ୍ପଷ୍ଟ ଦେଖିବାକୁ ମିଳିଛି । ଅନ୍ୟପଟେ ପୂରା ନିର୍ବାଚନ ପ୍ରଚାରରେ ଯୁବପିଢି(ୱାଇ)ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଭାବ ଦେଖିବାକୁ ମିଳିଛି ।
ବିିହାର ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ମହିଳାଙ୍କ ମହଲରେ ବିହାର ସରକାର ଓ କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ଯୋଜନାର ପ୍ରଭାବ ଦେଖିବାକୁ ମିଳିଥିଲା । ମହିଳାମାନେ ସ୍ପଷ୍ଟ କହୁଥିଲେ ଯେ,ଯାହାଙ୍କ ଖାତା ତାକୁ ହିଁ ଦେବେ । ମହିଳାଙ୍କ ଗହଣରେ ବିହାର ସରକାରଙ୍କ ୧୦ ହଜାରର କ୍ରେଜ ମଧ୍ୟ ଦେଖିବାକୁ ମିଳିଥିଲା । ଏହି କାରଣରୁ ମହିଳା ବିପୁଳ ମାତ୍ରାରେ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ । ପରିଣାମ ଏନଡିଏ ପକ୍ଷରେ ଯାଉଥିବା ଦେଖିବାକୁ ମିଳିଛି ।
ଆରଜେଡି ନିଜର ମୁସଲିମ(ଏମ) ଓ ଯାଦବ(ୱାଇ) ଉପରେ ଭରସା କରିଥିଲେ । କିନ୍ତୁ ଏନଡିଏ ଯାଦବ ଭୋଟକୁ ନିଜ ଆଡକୁ ଟାଣିବାରେ ସଫଳ ହୋଇଛି । ଟୁଡେ ଚାଣକ୍ୟ ଅନୁଯାୟୀ ଯାଦବଙ୍କ ୨୩ ପ୍ରତିଶତ ଭୋଟ ଏନଡିଏ ପ୍ରାର୍ଥୀଙ୍କୁ ମିଳିଛି । କିଛି ସିଟରେ ମୁସଲିମ ଭୋଟର ବିଜେପିକୁ ବାଦ୍ ଦେଇ ଏନଡିଏର ସହଯୋଗୀ ଦଳ କିମ୍ବା ଏଆଇଏମଆଇଏମ କିମ୍ବା ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପରି ଦଳକୁ ଭରସା କରିଥିଲେ । ମୋଟାମୋଟି ଆରଜେଡିର ମୁସଲିମ ଓ ଯାଦବ ଭୋଟରୁ ଭାଙ୍ଗିବାରେ ସଫଳ ହୋଇଛି ଏନଡିଏ ।
Also read: କଂଗ୍ରେସ ସହ ବନ୍ଧୁତାର ଅର୍ଥ ଇଟା ବାନ୍ଧି ପହଁରିବା, ଅଖିଳେଶଙ୍କ ପରି ଝଟକା ଖାଇଲେ ତେଜସ୍ୱୀ