କୋଲକାତା: ପଶ୍ଚିମବଙ୍ଗର ବରିଷ୍ଠ ନେତା ମୁକୁଲ ରୟଙ୍କୁ କଲିକତା ହାଇକୋର୍ଟରୁ ଲାଗିଛି ଏକ ବଡ଼ ଝଟକା। ହାଇକୋର୍ଟ ମୁକୁଲ ରାୟଙ୍କ ବିଧାନସଭା ସଦସ୍ୟତାକୁ ରଦ୍ଦ କରିଛନ୍ତି। ମୁକୁଲ ରୟ ବିଜେପିରୁ ଜିତିବା ପରେ ତୃଣମୂଳ କଂଗ୍ରେସ (ଟିଏମସି)ରେ ଯୋଗ ଦେଇଥିଲେ। ସେବେଠାରୁ ତାଙ୍କ ସଦସ୍ୟତା ଆଇନଗତ ଦ୍ଵନ୍ଦ୍ଵରେ ଫସି ରହିଥିଲା। କଲିକତା ହାଇକୋର୍ଟ ଦଳ ପରିବର୍ତ୍ତନ ବିରୋଧୀ ଆଇନ ଅନୁଯାୟୀ ମୁକୁଲ ରୟଙ୍କ ପଶ୍ଚିମବଙ୍ଗ ବିଧାନସଭା ସଦସ୍ୟତାକୁ ରଦ୍ଦ କରିଛନ୍ତି। ରାୟ ୨୦୨୧ରେ ବିଜେପି ଟିକେଟରେ ଜିତିଥିଲେ କିନ୍ତୁ ପରେ ତୃଣମୂଳ କଂଗ୍ରେସ (ଟିଏମସି)ରେ ଯୋଗ ଦେଇଥିଲେ।
୭୧ ବର୍ଷୀୟ ମୁକୁଲ ରୟ କୃଷ୍ଣନଗର ଉତ୍ତରରୁ ବିଧାୟକ ଥିଲେ। ସେ ଏଠାରୁ ଲଗାତାର ତୃତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ସେ ପ୍ରଥମ ଥର ପାଇଁ ୨୦୧୧ରେ ଏଠାରୁ ନିର୍ବାଚନ ଜିତି ବିଧାନସଭାକୁ ଯାଇଥିଲେ। ଏହା ସେ ୨୦୧୬ରେ ପୁଣି ଥରେ ଟିଏମସି ବିଧାୟକ ହୋଇଥିଲେ। ଏହା ପରେ ସେ ବିଜେପିରେ ଯୋଗ ଦେଇଥିଲେ। ବିଜେପି ପ୍ରାର୍ଥୀ ଭାବରେ ୨୦୨୧ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ନିର୍ବାଚନ ଜିତିଥିଲେ ହେଁ ପରବର୍ତ୍ତୀ ସମୟରେ ସେ ପୁଣି ଥରେ ଟିଏମସିରେ ଯୋଗ ଦେଇଥିଲେ। ଦଳ ବଦଳ ବିରୋଧୀ ଆଇନରେ ସେ ଛନ୍ଦି ହୋଇ ପଡ଼ିଥିଲେ। ସେତେବେଳେ ବିଜେପି ପ୍ରାର୍ଥୀ ମୁକୁଲ ରାୟ ଟିଏମସି ପ୍ରାର୍ଥୀ କୌଶାନି ମୁଖାର୍ଜୀଙ୍କୁ ପରାସ୍ତ କରିଥିଲେ।
ମୁକୁଲ ରୟଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ ନାଦିଆ ଜିଲ୍ଲାରେ ପଡ଼ିଥାଏ। ସେ ପୂର୍ବରୁ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ମୁକୁଲ ରୟ କଂଗ୍ରେସ ଦଳ ସହିତ ରାଜନୀତିରେ ପ୍ରବେଶ କରିଥିଲେ। ପ୍ରଥମେ ସେ ଜଣେ ଯୁବ କଂଗ୍ରେସ ନେତା ଭାବରେ ଜଣାଶୁଣା ଥିଲେ, ପରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ମୁକୁଲ ରୟଙ୍କୁ ମମତା ବାନାର୍ଜୀଙ୍କ ଜଣେ ଘନିଷ୍ଠ ସହଯୋଗୀ ଭାବରେ ବିବେଚନା କରାଯାଏ। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ମାର୍ଚ୍ଚରେ ହେବାକୁ ଯାଉଛି।
Also read:କଣ ରାଜନୀତି ଛାଡି ଦେବେ ପ୍ରଶାନ୍ତ କିଶୋର, ନିଜେ ଲଗାଇଥିବା ସର୍ତ୍ତ ହାରିବାର ରହିଛି ସମ୍ଭାବନା