ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ତାମିଲ ଅଭିନେତା ବିଜୟଙ୍କ ରାଜନୈତିକ ଦଳ ତାମିଲଗା ଭେଟ୍ରି କାଝାଗମ (ଟିଭିକେ) ଦ୍ୱାରା ଦାୟର ଏକ ଆବେଦନର ଶୁଣାଣି କରିବେ। ଏହି ଆବେଦନ ମାଡ୍ରାସ ହାଇକୋର୍ଟଙ୍କ କରୁର ଦଳାଚକଟା ଘଟଣାର ତଦନ୍ତ ପାଇଁ ଏକ ଏସ୍ଆଇଟୀ ଗଠନ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରୁଛି, ଯେଉଁଥିରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିଲା।
ସୁପ୍ରିମକୋର୍ଟ ଅକ୍ଟୋବର ୧୦ରେ ଆବେଦନର ଶୁଣାଣି କରିବାକୁ ରାଜି ହୋଇଛନ୍ତି। ବିଚାରପତି ଜେକେ ମାହେଶ୍ୱରୀ ଏବଂ ଏନଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ମାମଲାର ଶୁଣାଣି କରିବେ।
ଏହା ସହିତ ମଙ୍ଗଳବାର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସେପ୍ଟେମ୍ବର ୨୭ ରେ ଦଳାଚକଟା ଘଟଣାର ସିବିଆଇ ତଦନ୍ତକୁ ମନା କରିବା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ବିଜେପି ନେତା ଉମା ଆନନ୍ଦନଙ୍କ ଦ୍ୱାରା ଦାୟର ଏକ ଆବେଦନର ଶୁଣାଣି କରିବାକୁ ରାଜି ହୋଇଛନ୍ତି।
ଟିଭିକେ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏକ ସ୍ୱାଧୀନ ତଦନ୍ତ ଦାବି କରିଛି। ଯୁକ୍ତି ଦେଇଛି ଯେ କେବଳ ତାମିଲନାଡୁ ପୋଲିସ ଅଧିକାରୀଙ୍କ ଦ୍ୱାରା ନିରପେକ୍ଷ ତଦନ୍ତ ସମ୍ଭବ ହେବ ନାହିଁ। ଆବେଦନରେ କେବଳ ତାମିଲନାଡୁ ପୋଲିସ ଅଧିକାରୀଙ୍କୁ ନେଇ ଗଠିତ ଏକ ଏସଆଇଟି ଗଠନ ପାଇଁ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ମଧ୍ୟ ବିରୋଧ କରାଯାଇଛି।
ଅଧିକ ପଢ଼ନ୍ତୁ: ଟ୍ରାକକୁ ଫେରୁଛି ଭାରତ-ୟୁଏସ ସମ୍ବନ୍ଧ !