ପାଟନା: ବିହାର ନିର୍ବାଚନ ୨୦୨୫ର ଫଳାଫଳ ପୂର୍ବରୁ ବିରୋଧୀ ନେତା ତେଜସ୍ୱୀ ଯାଦବ ପାଟନାରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ସମୟରେ ସେ ଏକଜିଟ ପୋଲକୁ ଅଗ୍ରାହ୍ୟ କରିଛନ୍ତି । ସେ କହିଛନ୍ତି ସବୁ କିଛି ପିଏମଓରୁ ସେଟିଂ ହୋଇଛି । ଫଳାଫଳ ଦିନ ଅଧିକାରୀଙ୍କ ଉପରେ ମାନସିକ ଚାପ ପକାଇବାକୁ ଉଦ୍ୟମ କରାଯାଉଛି । ସାମ୍ପୁଲ ସର୍ଭେ ଉପରେ କେହି କିଛି କହୁ ନାହାନ୍ତି । ଏହାର ମାନଦଣ୍ଡ କଣ । ସେ କହିଛନ୍ତି, ଏଥର ପରିବର୍ତ୍ତନ ହେବାକୁ ଯାଉଛି । ନଭେମ୍ବର ୧୪ରେ ପରିଣାମ ଓ ନଭେମ୍ବର ୧୮ରେ ଶପଥ ଗ୍ରହଣ ହେବ । ବିଜେପି, ଏମଡିଏର ଲୋକ ବିଚଳିତ ଅବସ୍ଥାରେ ଅଛନ୍ତି।
ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ କହିଛନ୍ତି, ୨୦୨୦ ତୁଳନାରେ ଏଥର ୭୨ ଲକ୍ଷ ଲୋକ ଅଧିକ ମତଦାନ କରିଛନ୍ତି । ପ୍ରତି ବିଧାନସଭାରେ ୩୦ ହଜାରରୁ ଅଧିକ ଲୋକ ଭୋଟ୍ ଦେଇଛନ୍ତି । ଏହି ଭୋଟ୍ ସରକାରକୁ ବଞ୍ଚାଇବା ପାଇଁ ନୁହେଁ ବରଂ ସରକାରଙ୍କୁ ବଦଳାଇବା ପାଇଁ ଲୋତେ ମତଦାନ କରିଛନ୍ତି । ଗତ ଥର ଭୋଟ୍ ଗଣତିକୁ ଧିମା କରିବାକୁ ଉଦ୍ୟମ କରାଯାଇଥିଲା । ଗତ ଥର ବେଇମାନି କରାଗଲା । ଏଥର କ୍ଲିନ ସୁଇପ ହେବ । ମହାମେଣ୍ଟର ବିପୁଳ ବିଜୟ ହେବ ।
ଯାହା ପଛେ ହୋଇଯାଉ ଆମ ଲୋକ ଭୋଟ୍ ଚୋରି ରୋକିବେ । ଭୋଟ୍ ଗଣତିରେ ବେଇମାନି ହେବାକୁ ଦିଆଯିବନି । ବିହାରରେ ଏଥର ଚାକିରି ଦେବା ପାଇଁ ସରକାର ଆସିବ । କଲମ ରାଜ ସ୍ଥାପିତ ହେବ । ଭୋଟ୍ ଗଣତିରେ ଗଡବଡ କଲେ ଜନତା ଏହାର ମୁହଁତୋଡ ଜବାବ ଦେବେ । ବିହାରର ଜନତା ଗଣତନ୍ତ୍ରକୁ ସମାପ୍ତ ହେବାକୁ ଦେବେ ନାହିଁ ।
ତେଜସ୍ୱୀ ଯାଦବ ନିଜ ସରକାରୀ ବାସଭବନରେ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ଯେ, ଆମେ ବହୁତ ସକରାତ୍ମକ ସୂଚନା ମିଳିଛି । ୧୯୯୫ଠୁ ମଧ୍ୟ ବହୁତ ଭଲ ଫିଡବ୍ୟାକ ମିଳିଛି । ଜନତା ବହୁଳ ମାତ୍ରାରେ ମତଦାନ କରିଛନ୍ତି । ଜନତା ଏଥର ସରକାର ବିରୋଧରେ ଭୋଟ୍ କରିଛନ୍ତି । ଏଥର ବିହାରରେ ପରିବର୍ତ୍ତନ ହେବାକୁ ଯାଉଛି ।
Also read: ଲାଲକିଲ୍ଲା ବିସ୍ଫୋରଣରେ ମୃତକଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା; କ୍ଷତିପୂରଣ ଘୋଷଣା କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ