ମେ୧ରୁ ୧୮ ବର୍ଷରୁ ଉର୍ଦ୍ଧଙ୍କ ପାଇଁ ଆରମ୍ଭ ହେଉଥିବା ତୃତ୍ୱୀୟ ପର୍ଯ୍ୟାୟ କରୋନା ଟିକାକରଣ ପାଇଁ କେମିତି କରିବେ ନିଜର ନାମ ପଞ୍ଜିକରଣ
Khabar Odisha:Registration-link-for-Covid-19-vaccine-for-above-18-from-April-28-How-to-register-on-Co-WIN-Portal

 

ଭୁବନେଶ୍ୱର,୨୩ଏପ୍ରିଲ(ଖବର ଓଡିଶା); ପ୍ରଥମ ପର୍ଯ୍ୟାୟରେ କୋଭିଡ ଯୋଦ୍ଧା ଏବଂ ଦ୍ୱିତ୍ୱୀୟ ପର୍ଯ୍ୟାୟରେ ବୟସ୍କ ଓ ଭୀଶଣ ରୋଗରେ ପିଡିତ ରୋଗିମାନଙ୍କୁ ଟିକା କରଣ କରାଯାଇଥିଲା । ୧୯ ଏପ୍ରିଲରେ କେନ୍ଦ୍ର ସରକାରଙ୍କ ଏକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତି କ୍ରମେ ସମଗ୍ର ଦେଶରେ ୧୮ ବର୍ଷରୁ ଉର୍ଦ୍ଦ ସମସ୍ତ ନାଗରିକଙ୍କୁ ଟିକା କରଣ କରିବାକୁ ଅନୁମୋଦନ କରିଥିଲେ ।

ତେବେ ତୃତ୍ୱୀୟ ପର୍ଯ୍ୟାୟ କରୋନା ଟିକା କରଣ ପାଇଁ ଏପ୍ରିଲ ୨୮ ପଞ୍ଜିକରଣ ଆରମ୍ଭ ହେବ ବୋଲି କେନ୍ଦ୍ର ସରକାରଙ୍କ ଜନ ସମ୍ପର୍କ ମାଧ୍ୟମ @MygovIndia  ରେ ସୂଚନା ଦେଇଥିଲେ । 

ତେବେ ପ୍ରତ୍ୟେକ ଭାରତୀୟ ଯେଉଁମାନେ ୧୮ ବର୍ଷରୁ ଉର୍ଦ୍ଦ ଆଉ ଟିକା କରଣ ପାଇଁ ଯୋଗ୍ୟ ସେମାନେ ସରକାରଙ୍କ co-win  ପୋର୍ଟାଲ ମାଧ୍ୟମରେ ନିଜର ନାମ ପଞ୍ଜିକରଣ କରିପାରିବେ ।

 କେମିତି କରିବେ co-win ପୋର୍ଟାଲରେ ନାମ ପଞ୍ଜିକରଣ 

www.cowin.gov.in ଏବଂ ରେଜିଷ୍ଟର ରେ କ୍ଲିକ୍ କରି କୋଭିଡ ଟିକା କରଣ ପାଇଁ ନିଜର ନାମ ପଞ୍ଜିକରଣ ।

୧-ପ୍ରଥମେ cowin.gov.in  ପୋର୍ଟାଲକୁ ଯାଆନ୍ତୁ

୨- ହୋମ ପେଜରେ ଥିବା ରେଜିଷ୍ଟର ରେ କ୍ଲିକ୍ କରନ୍ତୁ / ନୁତନ ପଞ୍ଜି କରଣରେ କ୍ଲିକ୍ କରନ୍ତୁ

୩- ନୁତନ ପେଜରେ ନିଜର ମୋବାଇଲ ନମ୍ବର ଦେଇ ଓଟିପି ପାଇଁ କ୍ଲିକ୍ କରନ୍ତୁ

୪- ନିଜ ଫୋନରେ ଓଟିପି ମେସେଜ ମାଧ୍ୟମରେ ଓଟିପି ପାଆନ୍ତୁ

୫- ପାଇଥିବା ଓଟିପିକୁ ଭେରିଫାଏ ପାଇଁ ଦିଅନ୍ତୁ ।

 ଆପଣ ଓଟିପି ଦେବା ପରେ ଭାକ୍‌ସିନ ପାଇଁ ପଞ୍ଜିକରଣ ପେଜ ଖୋଲିଯିବ ।

୬- ଏବେ ଆବଶ୍ୟକ ହେଉଥିବା ନିଜର ପରିଚୟ ପତ୍ର ଦିଅନ୍ତୁ ଯେପରିକି;

 ଆଧାର କାର୍ଡ / ଭୋଟର ଆଇଡି କାର୍ଡ / ପାନ୍ କାର୍ଡ

 ଫଟୋ ଆଇଡି ନମ୍ବର

 ନାମ

 ଲିଙ୍ଗ

 ଜନ୍ମ ତାରିଖ

 ୭- ଏହି ସବୁ ତଥ୍ୟ ଦେବା ପରେ ରେଜିଷ୍ଟର ପାଇଁ ରେଜିଷ୍‌ଟର ବଟମରେ କ୍ଲିକ୍ କରନ୍ତୁ ।

 ଥରେ ଆପଣ ନିଜର ନାମ ପଞ୍ଜିକରଣ କରିବା ପରେ , ଦେଖା ଯାଉଥିବା ବଟମରେ କ୍ଲିକ୍ କରି ନିଜର କାର୍ଯ୍ୟସୂଚୀ ଅନୁଯାଇ ନିଜର ଟିକା କରଣ କରିବା ପାଇଁ ଦିନ ଧାର୍ଯ୍ୟ କରନ୍ତୁ । 


ତେବେ ଆପଣଙ୍କର ଟିକା କରଣର ଦୁଇ ଡୋଜ ଟିକା ନେବା ପରେ ଆପଣ ଏକ ରେଫରେନ୍ସ ଆଡି ପାଇବେ ଏବଂ ଏହା ସାହାଯ୍ୟରେ ଆପଣ ନିଜର ଟିକାକରଣ ସାର୍ଟିଫିକେଟ ପାଇ ପାରିବେ । ଏହା ସହିତ ଆପଣ ଅରୋଗ୍ୟ ସେତୁ ମାଧ୍ୟମରେ ବି ଭାକ୍‌ସିନ ପାଇଁ ନିଜର ନାମ ପଞ୍ଜି କରଣ କରିପାରିବେ ।


ଦିଆଯାଇଥିବା ତଥୟ ଅନୁଯାଇ ଗୋଟିଏ ମୋବାଇଲ ନମ୍ବର ବ୍ୟବହାର କରି ୪ ଜଣ ଲୋକେ ଟିକା କରଣ ପାଇଁ ନିଜର ନାମ ପଞ୍ଜିକରଣ କରି ପାରିବେ ।


ଏଥି ମଧ୍ୟରୁ ଯେ କୌଣଷି ଆଇଡି ପ୍ରୁଫ୍ ବ୍ୟବହାର କରି ଆପଣ ନିଜର ନାମ ପଞ୍ଜିକରଣ କରି ପାରିବେ

 ଆଧାର କାର୍ଡ

ଡ୍ରାଇଭିଂ ଲାଇସେନ୍ସ

ପାନ୍ କାର୍ଡ 

ପାସପୋର୍ଟ

ଭୋଟର ପରିଚୟ ପତ୍ର

ସ୍ମାର୍ଟ କାର୍ଡ

ପେନସନ ପାସ୍‌ବୁକ

  • Tags:

Subscribe

National International State Sports Entertainment