ମୋଦୀ ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ମହତ୍ଵପୂର୍ଣ୍ଣ ବୈଠକ, ଏନଡିଏ ବାଚସ୍ପତି ପ୍ରାର୍ଥୀଙ୍କୁ କଂଗ୍ରେସର ସମର୍ଥନ
Khabar Odisha:Politics-odisha-to-attack-on-modi-government-opposition-leaders-met-at-the-parliament
ନୂଆଦିଲ୍ଲୀ,ଜୁନ୧୮(ଖବର ଓଡ଼ିଶା):

ବିହାରର ଏନସେଫାଲାଇଟିସ୍ ଯୋଗୁଁ ଶତାଧିକ ଶିଶୁଙ୍କ ମୃତ୍ୟୁ ଏବଂ ଜାମ୍ମୁ-କାଶ୍ମୀରରେ କ୍ରମାଗତ ଆତଙ୍କୀ ଘଟଣା ମଧ୍ୟରେ ବିରୋଧୀ ସଂସଦରେ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ମଙ୍ଗଳବାର ସନ୍ଧ୍ୟାରେ ସଂସଦ ପରିସରରେ ବିରୋଧୀ ଦଳର ନେତାଙ୍କ ମହତ୍ଵପୂର୍ଣ୍ଣ ବୈଠକ ଡକାଇଥିଲେ। ବୈଠକରେ ପିଏମ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ରାଜନୈତିକ ଦଳଗୁଡିକର ଅଧ୍ୟକ୍ଷଙ୍କକୁ ନେଇ ଆହୁତ ବୈଠକ ବିଷୟରେ ଆଲୋଚନା କରାଯାଇଥିଲା। ସୂତ୍ର ମୁତାବକ ବୁଧବାର ସକାଳେ ପୁଣି ଥରେ ୟୁପିଏର ବୈଠକ ଡକାଯାଇଛି। ଏହି ସମୟରେ ସର୍ବଦଳୀୟ ବୈଠକରେ ସାମିଲ ହେବା ନେଇ ନିଷ୍ପତ୍ତି ହୋଇପାରେ। ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ନୀତିକୁ ଦଳ ବିରୋଧ କରିପାରେ। 

ସୂଚନା ମୁତାବକ ଲୋକସଭାର ବାଚସ୍ପତି ପାଇଁ ଏନଡିଏ ପ୍ରାର୍ଥୀ ଓମ ବିଡଲାଙ୍କୁ  ୟୁପିଏ ସମର୍ଥନ ଦେବାକୁ ସହମତି ପ୍ରକାଶ କରିଛି। ବୈଠକରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଡିଏମକେ ନେତା କନ୍ନି ମୋଝୀ, ସିପିଆଇ ନେତା ଡି ରାଜା ଓ ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା ସମେତ ବିରୋଧୀ ଦଳର ଅନେକ ବରିଷ୍ଠ ନେତା ସାମିଲ ଥିଲେ। ଏଥିରେ ମୋଦୀ ସରକାରଙ୍କୁ ଘେରିବା ନେଇ ରଣନୀତି ଉପରେ ଆଲୋଚନା  ହୋଇଛି। 

ଏହା ପୂର୍ବରୁ ମଙ୍ଗଳବାର ବିଜେପି ଲୋକସଭାର ଅଧ୍ୟକ୍ଷ ପଦ ପାଇଁ ରାଜସ୍ଥାନର ନିଜର ଦୁଇ ଥରର ସାଂସଦ ଓମ ବିଡ଼ଲାକୁ ଏନଡିଏ ପ୍ରାର୍ଥୀ କରିଛି। ବିଡଲାଙ୍କୁ ବିଜୁ ଜନତା ଦଳ ମଧ୍ୟ ସମର୍ଥନ ଦେଇଛି। ବିଜେଡିର ଲୋକସଭା ସଂସଦୀୟ ଦଳ ନେତା ପିନାକୀ ମିଶ୍ର  କହିଛନ୍ତି ଯେ, ତାଙ୍କ ପାର୍ଟି ଏନଡିଏରେ ସାମିଲ ନୁହେଁ, ମାତ୍ର ଆମେ ବିଡଲାଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛୁ।

Subscribe

National International State Sports Entertainment