ପରାସ୍ତ କରିବା ପରେ ଶୀଲା ଦୀକ୍ଷିତଙ୍କୁ ପାଖକୁ ଯାଇ ଆର୍ଶୀବାଦ ନେଲେ ମନୋଜ ତିଓ୍ଵାରୀ
Khabar Odisha:Politics-odisha-manoj-tiwari-met-delhi-congress-chief-sheila-dikshit-sought-her-blessings
ନୂଆଦିଲ୍ଲୀ,ମେ୨୫(ଖବର ଓଡ଼ିଶା):

 ଲୋକସଭା ନିର୍ବାଚନ ୨୦୧୯ରେ ରାଜଧାନୀ ଦିଲ୍ଲୀର ଉତ୍ତର-ପୂର୍ବ ଆସନରୁ ବିଜୟ ହାସଲ କରିବା ପରେ ଭାରତୀୟ ଜନତା ପାର୍ଟି(ବିଜେପି)ର ନେତା ତଥା ପ୍ରଦେଶ ଅଧ୍ୟକ୍ଷ ମନୋଜ ତିଓ୍ଵାରୀ ଶନିବାର ନିଜର ପ୍ରତିଦ୍ଵନ୍ଦୀ ତଥା ବରିଷ୍ଠ ନେତା ଶୀଲା ଦୀକ୍ଷିତଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତର କିଛି ଫଟୋ ଏବେ ସାମ୍ନାକୁ ଆସିଛି। ଏଥିରେ ମନୋଜ ତିଓ୍ଵାରୀ ଶୀଲାଙ୍କଠୁ ଆର୍ଶୀବାଦ ନେଉଥିବା ଦେଖିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ, ଉତ୍ତର-ପୂର୍ବ ଆସନରେ ମନୋଜ ତିଓ୍ଵାରୀ ଶୀଲାଙ୍କୁ ବଡ଼ ବ୍ୟବଧାନରେ ପରାସ୍ତ କରିଛନ୍ତି।

ଦ୍ଵିତୀୟ ନମ୍ବରରେ ଥିଲେ ଶୀଲା

ଦିଲ୍ଲୀର  ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ ବର୍ତ୍ତମାନ କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ଏଥର ସେ ଉତ୍ତର ପୂର୍ବ ଆସନରୁ ନିର୍ବାଚନ ଲଢିଥିଲେ, ମାତ୍ର ମନୋଜ ତିଓ୍ଵାରୀଙ୍କ ହାତରୁ ତାଙ୍କୁ ପରାଜିତ ହେବାକୁ ପଡିଛି। ତିଓ୍ଵାରୀ ଶୀଲାଙ୍କୁ ୩, ୬୬, ୧୦୨ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ମନୋଜଙ୍କୁ ମୋଟ୍ ୭,୮୭,୭୯୯ ଭୋଟ୍ ମିଳିଥିଲା। ଅନ୍ୟ ପଟେ ୪,୨୧, ୬୯୭ ଖଣ୍ଡ ଭୋଟ୍ ସହିତ ଦ୍ଵିତୀୟ ସ୍ଥାନରେ ଥିଲେ। ଆପର ନେତା ଦିଲୀପ ପାଣ୍ଡେ ଏଠାରୁ କେବଳ ୧,୯୦,୮୫୬ ଖଣ୍ଡ ଭୋଟ୍ ପାଇିଲେ।

ଉଲ୍ଲେଖଯୋଗ୍ୟ, ନିର୍ବାଚନ ପ୍ରଚାର ସମୟରେ ମଧ୍ୟ ମନୋଜ ତିଓ୍ଵାରୀ ଶୀଲା ଦୀକ୍ଷିତଙ୍କ ବିରୋଧରେ କୌଣସି ବିବାଦୀୟ ବୟାନ ଦେଇନଥିଲେ। ଏବେ ବିଜୟ ପରେ ଶୀଲାଙ୍କଠୁ ଆର୍ଶୀବାଦ ନେଇ ମନୋଜ ଜନତାଙ୍କୁ ନୂତନ ସନ୍ଦେଶ ଦେଇଛନ୍ତି। 

ଉଲ୍ଲେଖଯୋଗ୍ୟ, ଦିଲ୍ଲୀରେ କଂଗ୍ରେସର ପରାଜୟକୁକ ଶୀଲା ନିରାଶଜନକ କହିଥିଲେ। ସେ କହିଥିଲେ ଯେ, କଂଗ୍ରେସକୁ ଜିତିବାର ଥିଲା। ମାତ୍ର ଶୀଲା ସନ୍ତୋଷ ବ୍ୟକ୍ତ କରିଛନ୍ତି ଯେ, ଦଳ ଏଥର ଆପକୁ ହଟାଇ ଦ୍ଵିତୀୟ ସ୍ଥାନକୁ ଆସିଛି। 

Subscribe

National International State Sports Entertainment