କଂଗ୍ରେସ ରୋଡ୍ ସୋରେ ରାହୁଲ କହିଲେ, ୟୁପିରେ ବ୍ୟାକ୍ ଫୁଟ୍ ନୁହଁ ଫ୍ରଣ୍ଟ ଫୁଟରେ ଖେଳିବୁ
Khabar Odisha:Politics-Odisha-rahul-gandhi-says-our-aim-is-2022-uttar-pradesh-state-assembly-elections
ନୂଆଦିଲ୍ଲୀ, ଫେବୃଆରୀ ୧୧(ଖବର ଓଡ଼ିଶା):

ଲୋକସଭା ନିର୍ବାଚନ ୨୦୧୯କୁ ନେଇ କଂଗ୍ରେସ ନିଜର ରଣନୀତି ସ୍ପଷ୍ଟ କରିଛି। ପୂର୍ବ ୟୁପିର ପ୍ରଭାରୀ ଓ ପାର୍ଟି ମହାସଚିବର ଦାୟିତ୍ଵ ମିଳିବା ପରେ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ପଶ୍ଚିମ ୟୁପି ପ୍ରଭାରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହିତ ଲକ୍ଷ୍ନୌ ପହଞ୍ଚିଛନ୍ତି।  ଏହି ସମୟରେ ତିନି ନେତା ଲକ୍ଷ୍ନୌରେ ରୋଡ୍ ସୋ କରିଛନ୍ତି। ରୋଡ ସୋରେ ରାହୁଲ କହିଛନ୍ତି ଯେ, ପାର୍ଟି ୟୁପିରେ ବ୍ୟାକ୍ ଫୁଟ ନୁହଁ ଫ୍ରଣ୍ଟ ଫୁଟରେ ଖେଳିବ। ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରିୟଙ୍କା  ଗାନ୍ଧୀ  ଭଦ୍ରା ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ୟୁପିର ପ୍ରଭାରୀ ମୁଖ୍ୟ ରୂପେ ଚୟନ କରାଯାଇଥିବା ରାହୁଲ କହିଛନ୍ତି।

ରାହୁଲ କହିଛନ୍ତି ଯେ, ଉତ୍ତର ପ୍ରଦେଶରେ ବର୍ଷ ବର୍ଷ ଧରି ଯେଉଁ ଅନ୍ୟାୟ ହେଉଛି, ତାରି  ବିରୋଧରେ ଲଢିବା ପାଇଁ ପ୍ରିୟଙ୍କା ଗାନ୍ଧୀ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବଡ଼ ଦାୟିତ୍ଵ ଦିଆଯାଇଛି। ଦଳର ଲକ୍ଷ୍ୟ ଲୋକସଭା ଉପରେ ନିଶ୍ଚୟ ରହିଛି, ମାତ୍ର ଦୁଇ ନେତାଙ୍କ ଲକ୍ଷ୍ୟ ୨୦୨୨ରେ ୟୁପିରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ରହିଛି। ଏଠାରେ ଆମେ ଫ୍ରଣ୍ଟ ଫୁଟରେ ଖେଳିବୁ, ବ୍ୟାକ ଫୁଟରେ ନୁହଁ। ଯେ ପର୍ଯ୍ୟନ୍ତ କଂଗ୍ରେସର ବିଚାରଧାରାର ସରକାର ଗଠନ ନହୋଇଛି, ସେ ପର୍ଯ୍ୟନ୍ତ ପ୍ରିୟଙ୍କା ଓ ସିନ୍ଧିଆ ଆରାମରେ ବସିବେ ନାହିଁ। 

ଲୋକଙ୍କୁ ସମ୍ବୋଧିତ କରିବାର ଶେଷ ସମୟରେ ରାହୁଲ କଂଗ୍ରେସ କାର୍ୟ୍ୟ କର୍ତ୍ତା ସମେତ  ଲକ୍ଷ୍ନୌ  ଜନତାଙ୍କୁ କୃତଜ୍ଞତା ଜଣାଇଥିଲେ। ଭାଷଣ ଶେଷରେ ରାହୁଲ ପୁଣି ଥରେ ଚୌକିଦାର ଚୋର ନାରା ଲଗାଇଥିଲେ। ରାଫେଲ ମାମଲାରେ ମୋଦୀ ସମାନ୍ତରାଳ ଆଲୋଚନ କରିଥିଲେ। ସେ ଭ୍ରଷ୍ଟାଚାରରେ ଥିବା ପ୍ରମାଣକୁ ନଷ୍ଟ କରି ଅନିଲ ଅମ୍ବାନୀଙ୍କୁ ୩୦ ହଜାର କୋଟି ଫାଇଦା ଦେଇଛନ୍ତି।

  • Tags:

Subscribe

National International State Sports Entertainment