ବୁର୍ଖା ପିନ୍ଧି ଲାଇଭ ଶୋ କଲେ ପାକିସ୍ତାନ ନ୍ୟୁଜ ଚ୍ୟାନେଲର ଆଙ୍କର୍‌, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍‌
Khabar Odisha:Pakistan-News-Channels-Anchor-Wears-Burqa-Video-Goes-Viral-on-Social-Media
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୯(ଖବର ଓଡିଶା):

ଆଫଗାନିସ୍ତାନ ଉପରେ ଏବେ ତାଲିବାନଙ୍କ ଚାଲିଛି ଶାସନ । ଆତଙ୍କବାଦୀ ସଂଗଠନକୁ ସହଯୋଗ କରୁଥିବା ପ୍ରଥମ ଦେସ ହେଉଛି ପାକିସ୍ତାନ । ତେବେ ସେମାନଙ୍କ ଶାସନର ପ୍ରଭାବ ଏବେ ପାକ୍ ଉପରେ ବି ପଡୁଥିବା ଦେଖିବାକୁ ମିଳିଛି । ଏହି ପ୍ରରିପେକ୍ଷୀରେ ପାକିସ୍ତାନ ଗଣମାଧ୍ୟମ ଉପରେ ବି ଏହାର ବିଚାରଧାରାର ପ୍ରଭାବ ପଡିଛି । 

ସେପ୍ଟେମ୍ବର ୧୬ ତାରିଖରେ ପାକିସ୍ତାନ ନ୍ୟୁଜ୍ ଚ୍ୟାନେଲର ଆଙ୍କର ବୁର୍ଖା ପିନ୍ଧିବାକୁ ସମର୍ଥନ କରି ଲାଇଭ୍ ଶୋରେ କ୍ୟାମେରା ଆଗରେ ବୁର୍ଖା ପିନ୍ଧୁଥିବା ଦେଖିବାକୁ ମିଳିଛି । ତେବେ ଆଙ୍କର ଜଣକ ଏହି ବୁର୍ଖା ପିନ୍ଧିବା ପରେ କହିଛନ୍ତି ଯେ, ଏହାକୁ ପିନ୍ଧିବା ପରେ ଚିନ୍ତାଧାରା ବଦଳିବ ନାହିଁ । ସୂଚନା ଅନୁସାରେ, ସମା ଟିଭିର ନ୍ୟୁଜ ଆଙ୍କରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।

 ତେବେ ଏହି ଶୋରେ ପାକିସ୍ତାନୀ ପ୍ରଫେସର ପରଭେଜ୍ ହୁଡଭୋୟ ମଧ୍ୟ ସାମିଲ ଥିଲେ । ସେ କହୁଥିଲେ କି ଏବେ ପାକିସ୍ତାନୀ ୟୁନିଭର୍ସିଟିରେ ମଧ୍ୟମାନେ ବୁର୍ଖା ପିନ୍ଧିବାକୁ କୁହାଯାଉଛି । ଏହାର ଜବାବରେ ଆଙ୍କର ଚେଇଁ ଉଠୁଥିବା ପ୍ରତୀତ ହେଉଛି ଓ ବୁର୍ଖାକୁ ସମର୍ଥନ କରିବାକୁ ଯାଇ ନିଜେ ଲାଇଭ୍‌ରେ ବୁର୍ଖା ପିନ୍ଧି ଦେଖାଉଛନ୍ତି ।

  • Tags:

Subscribe

National International State Sports Entertainment