ଆଜି ସଂନ୍ଧ୍ୟା ୬ଟା ସମୟରେ ଦେଶବାସୀଙ୍କୁ ସମ୍ୱୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Khabar Odisha:PM-Modi-To-Share-Message-With-Nation-AT-6-PM-Today
ନୂଆଦିଲ୍ଲୀ, ଅକ୍ଟୋବର ୨୦ (ଖବର ଓଡ଼ିଶା):

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ସଙ୍କଟ କାଳରେ ଆଜି (ମଙ୍ଗଳବାର) ସନ୍ଧ୍ୟା ୬ଟାରେ ଦେଶର ଜନସାଧାରଣ ମାନଙ୍କ ପାଇଁ ଏକ ବାର୍ତା ଜାରି କରିବେ । ଅର୍ଥାତ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଖୋଦ୍ ମୋଦି ଏ ସମ୍ପର୍କରେ ଟ୍ବିଟ୍‌ କରି ଜଣାଇଛନ୍ତି । ସେ ଲେଖିଛନ୍ତି , 'ଆଜି ସନ୍ଧ୍ୟା ୬ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବି। ଆପଣମାନେ ନିଶ୍ଚୟ ଯୋଡି ହେବେ ।'

ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ତ୍ତାପରେ ଦେଶର ଲୋକମାନଙ୍କ ମନରେ ପୁଣି ଥରେ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ କେଉଁ ବାତ୍ତା ଦେବେ ତାହା ଜାଣିବା ପାଇଁ ଲୋକମାନଙ୍କ ମଧ୍ୟରେ ଉତ୍ସୁକତା ସୃଷ୍ଟି ହୋଇଛି ।

  • Tags:

Subscribe

National International State Sports Entertainment