ପୁଲଓ୍ଵାମା ପୋଲିସ ଷ୍ଟେସନ ଉପରେ ଆତଙ୍କବାଦୀଙ୍କ ଗ୍ରେନେଡ ହମଲା, ୧୦ ଆହତ, ୩ ଗୁରୁତର
Khabar Odisha:National-odisha-terrorists-lobbed-a-grenade-at-pulwama-police-station-in-jammu-and-kashmir
ଶ୍ରୀନଗର,ଜୁନ୧୮(ଖବର ଓଡ଼ିଶା):

ଜାମ୍ମୁ-କାଶ୍ମୀରରେ ପୁଣି ଥରେ ଆତଙ୍କୀ ହମଲା ଘଟିଛି। ମଙ୍ଗଳବାର ପୁଲଓ୍ଵାମା ପୋଲିସ ଷ୍ଟେସନ ଉପରେ ଗ୍ରେନେଡ ହମଲା ହୋଇଛି। ଏହି ଗ୍ରେନେଡ ଷ୍ଟେସନ ବାହାରେ ଫୁଟିଛି। ଏଥିରେ ୧୦ ନାଗରିକ ଆହତ ହୋଇଛନ୍ତି। ଏଥିରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସୁରକ୍ଷାବଳ ପୂରା ଇଲାକାକୁ ଘେରି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି।

ଅଧିକାରୀ କହିଛନ୍ତି ଯେ, ଆତଙ୍କବାଦୀ ଗ୍ରେନେଡ ଥାନା ଆଡକୁ ଲକ୍ଷ୍ୟ କରି ଫିଙ୍ଗିଥିଲେ, ମାତ୍ର ଏହା ସଡ଼କ କଡରେ ପଡିଯାଇଥିଲା। ଫଳରେ ବିସ୍ଫୋରଣ ହେବାରୁ ୧୦ ଜଣ ନାଗରିକ ଆହତ ହୋଇଛନ୍ତି। ନିକଟରେ ଜାମ୍ମୁ-କାଶ୍ମୀରରେ କ୍ରମାଗତ ଆତଙ୍କୀ ହମଲା ବଢିବାରେ ଲାଗିଛି।

ସୋମବାର ପୁଲଓ୍ଵାମାରେ ଆତଙ୍କୀ  ହମଲା ହୋଇଥିଲା। ଏଥିରେ ଆଇଡି ବ୍ଲାଷ୍ଟ ହେବାରୁଦୁଇ ଜଣ ଯବାନ ସହିଦ ହୋଇଥିଲେ। ସୋମବାର ହୋଇଥିବା ଏହି ହମଲାରେ ୯ ଜଣ ଯବାନ ଆହତ ହୋଇଥିଲେ। ଏଥିରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିଲା। ମାତ୍ର ମଙ୍ଗଳବାର ସକାଳେ ଉଭୟ ସହିଦ ହୋଇଛନ୍ତି। ଏହା ପୂର୍ବରୁ ମଙ୍ଗଳବାର ସୁରକ୍ଷାବଳ ଦୁଇ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। 

Subscribe

National International State Sports Entertainment