ଏନଡିଏର ସଂସଦୀୟ ନେତା ଭାବେ ନିର୍ବାଚିତ ହେଲେ ପିଏମ ମୋଦୀ, ଆଡଭାନୀଙ୍କ ପାଦ ଛୁଇଁ ନେଲେ ଆର୍ଶୀବାଦ
Khabar Odisha:National-odisha-nda-parliamentary-board-meeting-narendra-modi-will-claim-to-form-new-government
ନୂଆଦିଲ୍ଲୀ,ମେ୨୫(ଖବର ଓଡ଼ିଶା):

 ଲୋକସଭା ନିର୍ବାଚନରେ ମିଳିଥିବା ଐତିହାସିକ ବିଜୟ ପରେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ)ର  ନବ ନିର୍ବାଚିତ ସାଂସଦ ଶନିବାର ଔପଚାରିକ ଭାବେ ନରେନ୍ଦ୍ର ମୋଦୀଙ୍କୁ ସଂସଦୀୟ ଦଳର ନେତା ଭାବ ନିର୍ବାଚିତ କରିଛନ୍ତି। ଏବେ ସଂସଦର ସେଣ୍ଟ୍ରାଲ ହଲରେ ଏନଡିଏର ବୈଠକ ଜାରି ରହିଛି। ଏହା ସହିତ ବିଜେପି ସଂସଦୀୟ ଦଳ ନେତା ଭାବେ ମୋଦୀ ନିର୍ବାଚିତ ହୋଇଛନ୍ତି। 

ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ବିଜେପିର ସଂସଦୀୟ ଦଳର ନେତା ଭାବେ ମୋଦୀଙ୍କ ନାଁରେ ପ୍ରସ୍ତାବ ଦେଇଥିଲେ। ଯାହାକୁ  ରାଜନାଥ ସିଂହ,ନୀତିନ ଗଡକରୀ ସହିତ ସମସ୍ତ ସର୍ବସମ୍ମତିରେ ସମର୍ଥନ କରିଥିଲେ। ଏହି ପରି ଏନଡିଏର ନେତା ଭାବେ ପ୍ରକାଶ ସିଂହ ବାଦଲ ମୋଦୀଙ୍କ ନାମକୁ ପ୍ରସ୍ତାବ ଦେଇଥିଲେ। ପ୍ରସ୍ତାବକୁ ନୀତିଶ କୁମାର, ଉଦ୍ଧବ ଠାକରେ, ରାମବିଳାସ ପାସଓ୍ଵାନ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଲାନୀସ୍ଵାମୀ, ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫିଓ ରିୟୋ, ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସଙ୍ଗମା ସମର୍ଥନ ଦେଇଥିଲେ।

ବିଜେପି ସଂସଦୀୟ ଦଳ ତଥା ଏନଡିଏ ନେତା ଚୟନ ହେବା ପରେ ସମସ୍ତ ବିଜେପିର ବରିଷ୍ଠ ନେତାଙ୍କ ବ୍ୟତୀତ ଏନଡିଏ ଦଳର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଛନ୍ତି। ଏହା ପରେ ପିଏମ ମୋଦୀ ଲାଲକୃଷ୍ଣ ଆଡଭାଣୀ, ପ୍ରକାଶ ସିଂହ ବାଦଲ ଓ ମୁରଲୀ ମନୋହର ଯୋଶୀଙ୍କ ପାଦ ଛୁଇଁ ଆର୍ଶୀବାଦ ନେଇଛନ୍ତି।

ସ୍ଵାଗତ ପରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ବିଜେପି ଓ ଏନଡିଏ ଦଳର ସାଂସଦ ଓ ନେତାଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଯେ, ଏହି ନିର୍ବାଚନରେ ଜନତା ପରିବାର, ତୃଷ୍ଟିକୋଣଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ମୁଁ ପୂରା ଦେଶ ଗସ୍ତ କରିଛି, ଏହି ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ନାମରେ ସୁନାମୀ ଥିଲା। ସେଥିପାଇଁ ସବୁ ଜନତା ଗୋଟିଏ ମଣିଷଙ୍କୁ ଚୟନ କରିଛନ୍ତି, ସେ ହେଉଛନ୍ତି ମୋଦୀ। 

ଉଲ୍ଲେଖଯୋଗ୍ୟ, ସଂସଦୀୟ ଦଳର ବୈଠକ ପରେ ରାତି ୮ଟାରେ ନରେନ୍ଦ୍ର ମୋଦୀ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ। ଲୋକସଭା ନିର୍ବାଚନରେ ବିଜେପି ୩୦୩ ସିଟ୍ ଜିତିଥିବା ବେଳେ ଏନଡିଏ ମେଣ୍ଟକୁ ୩୫୦ ସିଟ୍ ମିଳିଛି। 

Subscribe

National International State Sports Entertainment