ନୂଆଦିଲ୍ଲୀ, ଜୁଲାଇ ୧୧ (ଖବର ଓଡ଼ିଶା):
ଦିଲ୍ଲୀର ହୌଜ କାଜୀରେ ମନ୍ଦିର ଭଙ୍ଗାରୁଜା କରାଗଲା । ଏଥିରେ ଅନେକ ମୁସଲମାନ ଯୁବକଙ୍କ ହାତ ଥିବା ସାମ୍ନାକୁ ଆସିଲା । ମୁସଲମାନମାନେ ମନ୍ଦିରରେ ପ୍ରତିମୂର୍ତ୍ତି ଭଙ୍ଗାରୁଜା କରିବା ସହ ସେଠାରେ ଥିବା ପରଦାକୁ ମଧ୍ୟ ଜାଳିଦେଲେ । ସଞ୍ଜୀବ ଗୁପ୍ତା ମାନଙ୍କ ଜଣେ ଦୋକାନୀକୁ ମାଡ ମଧ୍ୟ ମରାଗଲା । ଏବେ ସ୍ଥିତି ସାମାନ୍ୟ ହେବା ପରେ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କରି ନୂଆ ମୂର୍ତ୍ତି ପ୍ରତିଷ୍ଠା କରାଗଲା । ଏହି କ୍ରମରେ ଏକତା ରାଲି ମଧ୍ୟ ବାହାର କରାଗଲା, ଯେଉଁଥିରେ ମୁସଲମାନମାନେ ସାମିଲ ହୋଇଥିବା ଖବର ସାମ୍ନାକୁ ଆସିଥିଲା ।
ଏହାରି ମଧ୍ୟରେ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ଗୋଟିଏ ଖବର ପ୍ରକାଶିତ ହୋଇଛି ଯେଉଁଥିରେ ଏକତା ରାଲି ଏବଂ ପ୍ରାଣ ପ୍ରତିଷ୍ଠା ଉପରେ ରିପୋର୍ଟ କରାଯାଇଥିଲା । ଇଣ୍ଡିଆ ଟୁଡେ ନିଜର ଏହି ରିପୋର୍ଟରେ ପ୍ରକାଶ କରିଥିଲା ଯେ ମାର୍ଚ୍ଚ ମାସ ଶାନ୍ତିପୂର୍ଣ୍ଣ ରହିଥିଲା,କିନ୍ତୁ ଜୟ ଶ୍ରୀରାମ ନାରା ମାହୋଲକୁ ବିଗାଡି ଦେଇଥିଲା ।
ଏଠାରେ ପ୍ରଶ୍ନ ଉଠୁଛି କୌଣସି କାର୍ଯ୍ୟକ୍ରମରେ ଜୟ ଶ୍ରୀରାମ ନାରା ଦିଆଗଲେ ତାହା ପରିବେଷକୁ ଦୂଷିତ କରିପାରିବ କି ? କ’ଣ ଜୟ ଶ୍ରୀରାମ କହିବା ଦ୍ୱାରା ଆଖପାଖ ଅଞ୍ଚଳର ବାତାବରଣ ଖରାପ ହୋଇପାରେ କି ? ସୋସିଆଲ ମିଡିଆରେ ଇଣ୍ଡିଆ ଟୁଡେକୁ ଏପରି ଅନେକ ପ୍ରଶ୍ନ ପଚାରିଥିଲେ ୟୁଜର୍ସ । ଇଣ୍ଡିଆ ଟୁଡେ ନିଜ ଖବରରେ ଉଲ୍ଲେଖ କରିଥିଲା,”ଦୁଇ ସମୁଦାୟ ଏହା ସ୍ୱୀକାର କରିଛନ୍ତି ଯେ ଉତ୍ତେଜନ କମିଛି ଏବଂ ସ୍ଥିତି ସାମାନ୍ୟ ହୋଇଛି କିନ୍ତୁ ଜୟ ଶ୍ରୀରାମ ନାରା ରାଲିକୁ ବିଗାଡି ଦେଇଥିଲା” ।