ଅର୍ଥ ମନ୍ତ୍ରାଳୟର ଘୋଷଣା, ପାଞ୍ଚ ଦିନ ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବ ସେପ୍ଟେମ୍ୱରର ଦରମା
Khabar Odisha:National-news-Finance-Ministry-Ordered-To-Release-Central-Govt-Employees-September-Month-Salary-On-25th
ନୂଆଦିଲ୍ଲୀ, ସେପ୍ଟେମ୍ବର ୨୧ (ଖବର ଓଡିଶା) :

କେନ୍ଦ୍ର ସରକାରଙ୍କ ଅଧିକାରୀ ଏବଂ କର୍ମୀଙ୍କୁ ସେପ୍ଟେମ୍ୱର ମାସର ଦରମା ଚଳିତ ଥର ପାଞ୍ଚ ଦିନ ଆଗରୁ ମିଳିବ । ଅର୍ଥ ମନ୍ତ୍ରାଳୟ କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ସେପ୍ଟେମ୍ୱର 25 ସୁଦ୍ଧା ସମସ୍ତ କର୍ମଚାରୀଙ୍କ ଖାତାକୁ ଦରମା ଟ୍ରାନ୍ସଫର କରାଯାଉ । ଚଳିତ ଆର୍ଥିକ ବର୍ଷରେ ଏହା ପ୍ରଥମ ଘଟଣା ଯେତେବେଳେ କର୍ମଚାରୀଙ୍କୁ ପାଞ୍ଚ ଦିନ ପୂର୍ବରୁ ଦରମା ମିଳିବ ।  ଦରମା ଶୀଘ୍ର ମିଳିବାର କାରଣ ବ୍ୟାଙ୍କ ଧର୍ମଘଟ ଏବଂ ଛୁଟି । 

ବ୍ୟାଙ୍କ ୟୁନିୟନ ଆସନ୍ତା ସେପ୍ଟେମ୍ୱର 26 ଏବଂ 27 ତାରିଖରେ ଧର୍ମଘଟ କରିବାକୁ ଘୋଷଣା କରିଛି । ଏହାପରେ ସେପ୍ଟେମ୍ୱର 28 ତାରିଖ ଶନିବାର ଏବଂ 29 ତାରିଖ ରବିବାର । ସେହିପରି 30 ତାରିଖର ବ୍ୟାଙ୍କର କ୍ଲୋଜିଂ ଡେ ଥିବାରୁ ଏହି ଦିନ ସାଧାରଣ ଲୋକଙ୍କ ପାଇଁ ବ୍ୟାଙ୍କ ବନ୍ଦ ରହିବ । 

Subscribe

National International State Sports Entertainment