ବିଦେଶୀ ହେବାକୁ ଯାଉଛି ଏୟାରଟେଲ ! 100 ପ୍ରତିଶତ FDIକୁ ମଞ୍ଜୁରୀ ଦେଲେ ସରକାର
Khabar Odisha:National-business-Government-Approves-Up-To-100-Percent-Fdi-In-Bharti-Airtel
ନୂଆଦିଲ୍ଲୀ,ଜାନୁଆରୀ ୨୧ (ଖବର ଓଡ଼ିଶା)

କେନ୍ଦ୍ର ସରକାର ଭାରତୀ ଏୟାରଟେଲରେ ପ୍ରତ୍ୟେକ୍ଷ ବିଦେଶୀ ନିବେଶ (ଏଫଡିଆଇ)କୁ 49 ପ୍ରତିଶତରୁ ବଢାଇ 100 ପ୍ରତିଶତ କରିବା ଲାଗି ମଞ୍ଜୁରୀ ପ୍ରଦାନ କରିଛନ୍ତି । ମଙ୍ଗଳବାର କମ୍ପାନୀ ସେୟାର ମାର୍କେଟକୁ ଏହି ସୂଚନା ଦେଇଛି । ଭାରତୀୟ ଏୟାରଟେଲକୁ ରିଜର୍ଭ ବ୍ୟାଙ୍କରୁ ମଧ୍ୟ କମ୍ପାନୀରେ ବିଦେଶୀ ନିବେଶକଙ୍କୁ 74 ପ୍ରତିଶତ ରଖିବାକୁ ଅନୁମତି ରହିଛି । ସେୟାର ମାର୍କେଟକୁ ଦିଆଯାଇଥିବା ସୂଚନା ଅନୁସାରେ, "ଭାରତୀ ଏୟାରଟେଲ ଲିମିଟେଡକୁ ଟେଲିକମ ଡିପାର୍ଟମେଣ୍ଟରୁ ଜାନୁୟାରୀ 20, 2020ରେ ବିଦେଶୀ ନିବେଶର ସୀମା ବଢାଇ କମ୍ପାନୀରେ ବିଦେଶୀ ପୁଞ୍ଜି 100 ପ୍ରତିଶତ ପର୍ଯ୍ୟନ୍ତ କରିବାକୁ ମଞ୍ଜୁରୀ ମିଳିଛି" । କିଛି ଦିନ ପୂର୍ବେ ହିଁ କମ୍ପାନୀ ବୈଧାନିକ ବକେୟା ବାବଦକୁ ପ୍ରାୟ 35,586 କୋଟି ଟଙ୍କା ପଇଠ କରିଥିଲା । ଏଥିରୁ 21,682 କୋଟି ଟଙ୍କା ଲାଇସେନ୍ସ ଟିକସ ଏବଂ 13,904.01 କୋଟି ଟଙ୍କା ସ୍ପେକ୍ଟ୍ରମ ବକେୟା ଥିଲା । ଏଥିରେ ଟେଲିନର ଏବଂ ଟାଟା ଟେଲିର ବକେୟା ସାମିଲ ନ ଥିଲା । 

ଭାରତୀ ଏୟାରଟେଲ ସିଙ୍ଗାପୁରର ସିଙ୍ଗଟେଲ ଏବଂ ଅନ୍ୟ ବିଦେଶୀ କମ୍ପାନୀଠାରୁ 4,900 କୋଟି ଟଙ୍କା ନିବେଶ ପାଇଁ ଗତ ମାସରେ ସରକାରଙ୍କଠାରୁ ଅନୁମତି ମାଗିଥିଲା । 100 ପ୍ରତିଶତ ଏଫଡିଆକୁ ମଞ୍ଜୁରୀ ମିଳିବା ପରେ ଦେଶର ସବୁଠାରୁ ପୁରୁଣା ଘରୋଇ ଦୂରସଂଚାର କମ୍ପାନୀ ଏକ ବିଦେଶୀ କମ୍ପାନୀ ହେବାକୁ ଯାଉଛି । ରତି ଟେଲିକମ, ଭାରତୀ ଏୟାରଟେଲର ପ୍ରୋମଟର କମ୍ପାନୀ ଅଟେ । 100 ପ୍ରତିଶତ ଏଫଡିଆଇକୁ ମଞ୍ଜୁରୀ ପରେ ଭାରତୀ ଟେଲିକମରେ ବିଦେଶୀ ଅଂଶଧନ ବୃଦ୍ଧି ପାଇ 50 ପ୍ରତିଶତରୁ ଅଧିକ ହୋଇଯିବ, ଯାହାପରେ ଏହା ଏକ ବିଦେଶୀ ସ୍ୱାମୀତ୍ୱଥିବା କମ୍ପାନୀ ହୋଇଯିବ । ବର୍ତ୍ତମାନ ସମୟରେ ସୁନୀଲ ଭାରତୀ ମିତ୍ତଲ ଏବଂ ତାଙ୍କ ପରିବାର ପାଖରେ ଭାରତୀ ଟେଲିକମର ପ୍ରାୟ 52 ପ୍ରତିଶତ ଅଂଶଧନ ରହିଛି । ଭାରତୀ ଟେଲିକମର ଭାରତୀ ଏୟାରଟେଲରେ ପ୍ରାୟ 41 ପ୍ରତିଶତ ଅଂଶଧନ ରହିଛି । 

ଦୂରସଂଚାର ବିଭାଗ ଏହା ପୂର୍ବରୁ ଚଳିତ ବର୍ଷ ଆରମ୍ଭରେ ଭାରତୀ ଏୟାରଟେଲରେ ପ୍ରତ୍ୟେକ୍ଷ ବିଦେଶୀ ନିବେଶ ଆବେଦନକୁ ଖାରିଜ କରିଦେଇଥିଲା, କାହିଁକି ନାଁ କମ୍ପାନୀ ବିଦେଶୀ ନିବେଶ ସମ୍ପର୍କରେ ସ୍ପଷ୍ଟ କରି ନଥିଲା । 

Subscribe

National International State Sports Entertainment