ଧର୍ମ ଆଧାରରେ ଭୋଟ ମାଗିବା ମାମଲାରେ ନିର୍ବାଚନ ଆୟୋଗ ଉପରେ ସୁପ୍ରିମକୋର୍ଟ କ୍ଷୁବ୍ଧ
Khabar Odisha:National-Politis-odisha-sc-expresses-displeasure-with-ec-having-limited-power-to-act-against-leaders-violating-model-code-of-conduct
ନୂଆଦିଲ୍ଲୀ,ଏପ୍ରିଲ ୧୫(ଖବର ଓଡିଶା):

 ନିର୍ବାଚନ ପ୍ରଚାର ସମୟରେ ଦଳୀୟ ପ୍ରଚାର ସମୟରେ ଧର୍ମ ଆଧାରରେ ଭୋଟ ମାଗୁଥିବା ନେତାଙ୍କ ଉପରେ କିଛି ପଦକ୍ଷେପ ଗ୍ରହଣ କରୁନଥିବାରୁ ନିର୍ବାଚନ ଆୟୋଗ ଉପରେ କ୍ଷୁବ୍ଧ ପ୍ରକାଶ କରିଛି ସୁପ୍ରିମକୋର୍ଟ । ଚିଫ୍ ଜଷ୍ଟିସଙ୍କ ନେତୃତ୍ୱରେ ଗଠନ ହୋଇଥିବା ବେଞ୍ଚ ନିର୍ବାଚନ ଆୟୋଗର ପ୍ରତିନିଧିମାନଙ୍କୁ ମଙ୍ଗଳବାର କୋର୍ଟରେ ହାଜର ହେବାକୁ କହିଛନ୍ତି । 

ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରିବା ସମୟରେ ନିର୍ବାଚନ ଆୟୋଗକୁ ଏହି କଥା କହିଛନ୍ତି । ଏହି ୟାଚିକାରେ ସେହି ଦଳଗୁଡିକ ବିପକ୍ଷରେ କାର‌୍ୟ୍ୟାନୁଷ୍ଠାନ କରିବାକୁ ଦାବି କରାଯାଇଛି, ଯେଉଁ ଦଳର ନେତାମାନେ ଧର୍ମ ଓ ଜାତି ଆଧାରରେ ଭୋଟମାଗୁଛନ୍ତି । ଏହା ସହିତ ନେତାମାନଙ୍କର ଧର୍ମକୁ ନେଇ ଭୋଟମାଗିବା ବିଷୟରେ ମଧ୍ୟ ଚିନ୍ତା ଜାହିର କରହିଛନ୍ତି ସୁପ୍ରିମକୋର୍ଟ । 

ଏହି ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗକୁ ପ୍ରଶ୍ନ କରିଛନ୍ତି କି, ମାୟାବତୀ ନିଜ ଧର୍ମ ଆଧାରରେ ଭୋଟି ଦେବାକୁ ଦେଇଥିବା ବୟାନ ଉପରେ ହୋଇଥିବା ନୋଟିସର ଜବାବ ଦେଇନାହାନ୍ତି । ଆପଣ କଣ କରିଛନ୍ତି ? ଏହି ପ୍ରଶ୍ନ ପରେ ଉତ୍ତର ରଖି ଆୟୋଗ କହିଥିଲା କି ଆମର ଶକ୍ତି ସୀମିତ । ସୁପ୍ରିମକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ମଙ୍ଗଳବାର ଦିନ କରିବାକୁ ଥିବା ବେଳେ ନିର୍ବାଚନ ଆୟୋଗକୁ କୋର୍ଟରେ ଉପସ୍ଥିତ ରହିବାକୁ କହିଛନ୍ତି । 

ସୁପ୍ରିମକୋର୍ଟ କ୍ଷୁବ୍ଧ ପ୍ରକାଶ କରିବା ପରେ ଆଜି ନିର୍ବାଚନ ଆୟୋଗ ମାୟାବତୀ ଓ ଯୋଗୀ ଆଦିତ୍ୟନାଥଙ୍କ ଉପରେ କଡା କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । ଯୋଗୀ ଆଦିତ୍ୟନାଥଙ୍କ ଉପରେ ୭୨ ଘଣ୍ଟାର ବ୍ୟାନ ଲଗାଯାଇଥିବା ବେଳେ ବିଏସପି ମୁଖ୍ୟ ମାୟବତୀଙ୍କ ଉପରେ ୪୮ ଘଣ୍ଟାର ବ୍ୟାନ ଲଗାଇଛନ୍ତି ନିର୍ବାଚନ ଆୟୋଗ । ଆସନ୍ତାକାଲି ସକାଳ ୬ ଟାରୁ ଏହି କଟକଣା ଲାଗୁ ହେବା ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି । 

Subscribe

National International State Sports Entertainment