ଅମୂଲ ପରେ ମଦର ଡ଼ାଏରୀ କ୍ଷୀର ହେଲା ମହଙ୍ଗା ,ଲିଟର ପିଛା ୨ଟଙ୍କା ବୃଦ୍ଧି
Khabar Odisha:National-Odisha-mother-dairy-milk-prices-rise-by-upto-2-rupees-after-amul-milk-get-costly
ନୂଆଦିଲ୍ଳୀ,ମେ ୨୫(ଖବର ଓଡ଼ିଶା):

ଦେଶର ଜଣାଣୁଣା କମ୍ପାନୀ ମଦର ଡ଼ାଏରୀ କ୍ଷୀରର ମୂଲ୍ୟ ବୃଦ୍ଧି ପାଇଁ ନିଷ୍ପତି ନେଇଛି । ମଦର ଡ଼ାଏରୀ କ୍ଷୀର ଲିଟର ପିଛା ୨ଟଙ୍କା ବୃଦ୍ଧି କରିବ । କ୍ଷୀର ଉପରେ ଏହି ବର୍ଦ୍ଧିତ ଦର ମେ ୨୫ଠାରୁ ଲାଗୁ ହେଉଛି ।

 ଅମୂଲ ପରେ ଏବେ ମଦର ଡ଼ାଏରୀ ଲୋକଙ୍କ ଚିନ୍ତା ବଢାଇଛି । ନିକଟରେ ଅମୂଲ କମ୍ପାନୀ କ୍ଷୀର ଉପରେ ଲିଟର ପିଛା ୨ଟଙ୍କା  ଦର ବୃଦ୍ଧି କରିଥିଲା । ଶନିବାର ମେ ୨୫ ଅର୍ଥାତ ଆଜି ଠାରୁ ମଦର ଡ଼ାଏରୀ କ୍ଷୀର ଲିଟର ପିଛା ୨ଟଙ୍କା ବୃଦ୍ଧି କରୁଛି । କ୍ଷୀର କିଣିବାକୁ ଗୋପାଳଙ୍କୁ ଠାରୁ ଦରବୃଦ୍ଧି କାରଣରୁ କମ୍ପାନୀ ପ୍ୟାକେଟ କ୍ଷୀର ଉପରେ ମୂଲ୍ୟରେ ବୃଦ୍ଧି କରିଛି । କିନ୍ତୁ ଭେଣ୍ଡିଙ୍ଗ ମେସିନରେ ମିଳୁଥିବା କ୍ଷୀର ଉପରେ ଦର ବୃଦ୍ଧି ହୋଇନାହିଁ ।

 ମଦର ଡ଼ାଏରୀର ମେ ୨୫ରୁ ଦିଲ୍ଲୀ –ଏନସିଆରରୁ ଲାଗୁ ହେବ । ଗ୍ରାହକଙ୍କୁ ଏକ ଲିଟର ପ୍ୟାକେଟ ଉପରେ ଏକ ଟଙ୍କା ଓ ୫୦୦ମିଲି ଉପରେ ଏକ ଟଙ୍କା ଅର୍ଥାତ ଦୁଇଟି ପ୍ୟାକେଟରେ ଏକ ଲିଟର ପିଛା ଦୁଇ ଟଙ୍କା ପଡ଼ିବ । 

  • Tags:

Subscribe

National International State Sports Entertainment