ନୂଆଦିଲ୍ଲୀ, ଜୁଲାଇ 2 (ଖବର ଓଡ଼ିଶା):
ଲଦାଖରେ ଚୀନ ଓ ଭାରତ ସୀମାବିବାଦ ମଧ୍ୟରେ ଆସିଛି ଏକ ବଡ଼ ଖବର। ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା । ରୁଷରୁ ୩୩ ଟି ଲଢୁଆ ବିମାନ କିଣିବ ଭାରତ।
ଭାରତ ଓ ରୁଷ ମଧ୍ୟରେ ଏକ ବଡ ରାଜିନାମା ହୋଇଥିବା ସୂଚନା ମିଳିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ରୁଷରୁ ୩୩ ଲଢୁଆ ବିମାନ କିଣିବାକୁ ଥିବା ଜଣାପଡ଼ିଛି । ଭାରତ ରୁଷ ଠାରୁ ସୁଖୋଇ-୩୦ ଓ ମିଗ୍-୨୯ ଲଢୁଆ ବିମାନ କିଣିବ। ଭାରତ ଓ ରୁଷ ମଧ୍ୟରେ ସାମରିକ ସମ୍ପର୍କ ଆହୁରି ମଜବୁତ ହେବ।
ପ୍ରତିରକ୍ଷା ମନ୍ତ୍ରଣାଳୟ ରୁଷ ଠାରୁ ୩୩ ନୂତନ ଲଢୁଆ ବିମାନ କିଣିବାକୁ ମଞ୍ଜୁରୀ ପ୍ରଦାନ କରିଛି । ଏଥିରେ ୧୨ ସୁଖୋଇ ବିମାନ ଓ ୨୧ଟି ମିଗ୍-୨୯ ରହିଛି। ଏହା ସହିତ ପୂର୍ବରୁ ଥିବା ୫୯ ମିଗ୍-୧୯କୁ ଅପଗ୍ରେଡ୍ କରାଯିବ।ଏଥିରେ ମୋଟ ୧୮ ହଜାର ୧୪୮ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।
ପ୍ରତିରକ୍ଷା ମନ୍ତ୍ରଣାଳୟ ଅତିରିକ୍ତ ୨୪୮ ଏୟାର ମିଜାଇଲ୍ କିଣାକୁ ମଧ୍ୟ ମଞ୍ଜୁରୀ ଦେଇଛି। ଏହା ଭାରତୀୟ ବାୟୁସେନା ଓ ନୌସେନାକୁ ସଶକ୍ତ କରିବ। ୨୧ଟି ମିଗ୍-୨୯ ଓ ଏହା ସହିତ ପୂର୍ବରୁ ଥିବା ୫୯ ମିଗ୍-୧୯କୁ ଅପଗ୍ରେଡ୍ କରାଯିାବ ପାଇଁ ୭ ହଜାର ୪୧୮ କୋଟି ଖର୍ଚ୍ଚ ହେବ । ୧୨ ସୁଖୋଇ ବିମାନ ପାଇଁ ୧୦ହଜାର ୭୩୦ କୋଟି ।
ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ମୋଟ୍ ୩୮,୯୦୦ କୋଟି ଟଙ୍କାର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଏଥିରେ ଭାରତୀୟ ଶିଳ୍ପ ୩୧ ହଜାର ୧୩୦ କୋଟି ଟଙ୍କା ବିନିଯୋଗ କରିବେ। ଏହି ଅର୍ଥରେ ପିନାକା ରକେଟ୍ ଲଞ୍ଚରର ଗୋଳାବାରୁଦ କିଣାଯିବ। ଏହା ବ୍ୟତୀତ ଲଢୁଆ ବିମାନକୁ ଅପଗ୍ରେଡ କରାଯିବ।