କରୋନାରେ ଲାଗୁନି ବ୍ରେକ୍, ଦେଶରେ 8 ଲକ୍ଷ 78 ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, 23 ହଜାର 174 ଛୁଇଁଲା ମୃତ୍ୟୁ ସଂଖ୍ୟା
Khabar Odisha:National--number-of-Corona-positive-and-death-case-in-24-hours-in-India
ନୂଆଦିଲ୍ଲୀ, ଜୁଲାଇ 13 (ଖବର ଓଡ଼ିଶା):

 ଭାରତରେ ସଂଘାତିକ ରୂପ ନେଉଛି କରୋନା। ଦ୍ରୁତ ଗତିରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।  ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୮ ଲକ୍ଷ ୭୮ ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୩ ହଜାର ୧୭୪ ଛୁଇଁଲାଣି  । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। 

ମହାମାରୀ କରୋନା ଦେଶରେ ମାଡ଼ି ଚାଲିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୮ ଲକ୍ଷ ୭୮ ହଜାର ୨୫୪ ରେ ପହଂଚିଛି ।  ଭାରତରେ ୨୩ ହଜାର ୧୭୪ କୁ ବୃଦ୍ଧି ହୋଇଛି ମୃତ୍ୟୁ ସଂଖ୍ୟା । ମୋଟ୍ ସଂକ୍ରମିତ ମଧ୍ୟରୁ ୫ ଲକ୍ଷ ୫୩ ହଜାର ୪୭୧ ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଲକ୍ଷ ୦୧ ହଜାର ୬୦୧ ସକ୍ରିୟ ଅଛନ୍ତି।ଏବେ  ୩ ଲକ୍ଷ ୦୧ ହଜାର ୬୦୧  ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।ଗତ ୨୪ ଘଣ୍ଟାରେ ୨୮ ହଜାର ୭୦୧ ନୂଆ ମାମଲା ସାମନାକୁ ଆସିଛି।  ଏହା ସହ ୫୦୦  ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି।

ମହାରାଷ୍ଟ୍ରରେ କରୋନା ସ୍ଥିତି ଜଟିଳ ହେଉଛି । ରାଜ୍ୟରେ ୨ ଲକ୍ଷ ୫୦ ହଜାର ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ୧୦ ହଜାର ପାର ମୃତ୍ୟୁ ସଂଖ୍ୟା ।

  • Tags:

Subscribe

National International State Sports Entertainment