ଜମ୍ମୁ କଶ୍ମୀର: ପୁଲବାମାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ
Khabar Odisha:Nation-terror-Clash-broke-out-between-security-forces-and-terrorists

କଶ୍ମୀର, ଫେବୃୟାରୀ ୧୨ (ଖବର ଓଡ଼ିଶା): ଜମ୍ମୁ କଶ୍ମୀରର ପୁଲବାମାସ୍ଥିତ ରତ୍ନୀପୁରାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମଙ୍ଗଳବାର ସକାଳୁ ମୁହାଁମୁହିଁ ହୋଇଛି । ରିପୋର୍ଟ ଲେଖାଯିବା ବେଳକୁ ସୁରକ୍ଷାବାହିନୀର ଯବାନମାନେ ଆତଙ୍କବାଦୀଙ୍କ ଉପରକୁ ଏନକାଉଣ୍ଟର କରୁଛନ୍ତି । ଅପରପକ୍ଷେ ଆତଙ୍କବାଦୀମାନେ ମଧ୍ୟ ଏହାର କଡ଼ା ଜବାବ ଦେଉଛନ୍ତି । 

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସେନାର ଏନକାଉଣ୍ଟର ଜାରି ଥିବା ବେଳେ କୌଣସି କ୍ଷୟକ୍ଷତି ମୂଳକ ସୂଚନା ମିଳି ନାହିଁ । ସୂଚନାଯୋଗ୍ୟ ଏହା ପୂର୍ବରୁ ଜମ୍ମୁ କଶ୍ମୀରର ଉରିରେ ରବିବାର ରାତି ସେନା ଶିବିର ନିକଟରେ ସଦିଗ୍ଧ ଗତିବିଧି ଦେଖାଯାଇଥିଲା । ସତର୍କ ସୁରକ୍ଷାବଳ ତୁରନ୍ତ ପୂରା ଅଂଚଳକୁ ସର୍ଚ୍ଚ ଅପରେଶନ ଚଳାଇଥିଲେ । ମାମଲାରେ ୨ ଜଣ ଲୋକଙ୍କୁ ପଚରାଉଚରା କରାଯାଇଥିଲା । 

 

  • Tags:

Subscribe

National International State Sports Entertainment