ନୂଆଦିଲ୍ଲୀ, ମେ ୨୨ (ଖବର ଓଡ଼ିଶା): କୁହାଯାଇଥାଏ ଯେ, ବିବାହ କରିବାର ନିଷ୍ପତ୍ତି ନିଆଯିବା ସମୟରେ ନିଜର ହେବାକୁ ଥିବା ଜୀବନ ସାଥୀଙ୍କୁ ନିଜ ସଂପର୍କରେ ସବୁ ସତକଥା କହିଦେବା ଦରକାର । କିନ୍ତୁ ଜଣେ ଲଣ୍ଡା ଅଥବା ଚନ୍ଦା (ମୁଣ୍ଡରେ କେଶ ନଥିବା ବ୍ୟକ୍ତି) ବରଙ୍କୁ ଜଣା ନଥିଲା ଯେ, ତାଙ୍କର କନ୍ୟା ବରଯାତ୍ରୀଙ୍କୁ ବିବାହ ନ କରି ଫେରାଇ ଦେବ । ଉତ୍ତର ପ୍ରଦେଶର ଉନ୍ନାଓରେ ଏଭଳି ଅଘଟଣ ଦେଖିବାକୁ ମିଳିଛି । ବର ନିଜର ମୁଣ୍ଡରେ କେଶ ନଥିବା କଥା କନ୍ୟାକୁ କହି ନଥିଲେ । କିନ୍ତୁ ତାଙ୍କୁ ଭାଗ୍ୟ ଧୋକା ଦେଇଛି ।
ଉନ୍ନାଓରେ ବର-କନ୍ୟା ଜୀବନ ସାଥୀ ଭାବେ ରହିବା ପୂର୍ବରୁ କନ୍ୟା ଧୋକାବାଜ ବରକୁ ଫେରାଇ ଦେଇଛି । କନ୍ୟା କହିବା ଅନୁସାରେ ବର ଚନ୍ଦା ହୋଇଥିଲେ ବି ଏକଥା କହି ନଥିଲା । ବରଣମାଳା ସମୟରେ ଏହା ଧରାପଡ଼ିଯାଇଥିଲା । ଚନ୍ଦା ମୁଣ୍ଡିଆ ବରକୁ ଦେଖି କନ୍ୟା ବିବାହ କରିବାକୁ ମନା କରିଦେଇଥିଲା ।
ସଫିପୁର କୋତୱାଲି ଅଞ୍ଚଳର ପରିୟର ନିବାସୀ ଲଖନ କଶ୍ୟପଙ୍କ ଝିଅ ନିଶାଙ୍କ ବିବାହ ବିକାଶ କଲୋନୀ ଥାନା କଲ୍ୟାଣପୁର ନିବାସୀ ପଙ୍କଜଙ୍କ ପୁତ୍ର ଅଶୋକ କୁମାର କଶ୍ୟପଙ୍କ ସହିତ ଗତ ୨୦ ତାରିଖଷର ସ୍ଥାନୀୟ ଗେଷ୍ଟ ହାଉସରେ ଥିଲା । ଉଭୟ ବରକନ୍ୟା ହାତରେ ବରଣମାଳା ନେଇ ଆଗକୁ ବଢ଼ୁଥିଲେ । ସେହି ସମୟରେ ବଳ ବେହୋସ ହୋଇ ତଳେ ପଡ଼ିଯାଇଥିଲେ । ଉପସ୍ଥିତ ପରିବାର ଲୋକ ଡରି ଯାଇଥିଲେ । କନ୍ୟାର ଭାଇ ନିତିନ, ବିପିନ ବରକୁ ସୋଫା ଉପରକୁ ନେଇ ମୁହଁରେ ପାଣି ସିଞ୍ଚି ଥିଲେ । ସେହି ସମୟର ବରର ମୁଣ୍ଡରେ ଥିବା ନକଲି କେଶ ନିତିନ ଦେଖିପାରିଥିଲେ । କନ୍ୟା ନିଶା ବରଣମାଳାକୁ ମଂଚରେ ଫିଙ୍ଗି ଦେଇ ସେଠାରୁ ଚାଲିଯାଇଥିଲେ । ସେ ଏହି ବିବାହକୁ ପ୍ରତ୍ୟାଖାନ କରିଥିଲେ । ଶେଷରେ ବରଯାତ୍ରୀ ବିନା କନ୍ୟାରେ ଫେରିଯାଇଥିଲେ ।