ସୋପୋର ଏନକାଉଣ୍ଟରେ ସୁରକ୍ଷାବାହନୀକୁ ବଡ଼ ସଫଳତା; ଲସ୍କର ଆତଙ୍କବାଦୀ ମୁଦାସିର ପଣ୍ଡିତ ସମେତ ୩ ନିହତ
Khabar Odisha:Nation-Top-LeT-terrorist-Mudasir-Pandit-along-with-two-others-killed-in-Sopore-encounter-of-Jammu-and-Kashmir

ଜମ୍ମୁ କଶ୍ମୀର, ଜୁନ ୨୧ (ଖବର ଓଡ଼ିଶା): ଜମ୍ମୁ କଶ୍ମୀରର ବାରାମୂଲା ଜିଲ୍ଲାର ସୋପୋର ଅଂଚଳରେ ରବିବାରକୁ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି । ସୁରକ୍ଷା ବାହିନୀ ଏଠାରେ ଆତଙ୍କବାଦୀଙ୍କ ବିରୋଧରେ ଏନକାଉଣ୍ଟର କରିଛି । ରାତିସାରା ଜାରି ଥିବା ଏହି ଏନକାଉଣ୍ଟରରେ ଲସ୍କର-ଏ-ତଇବା ଆତଙ୍କବାଦୀ ସଂଗଠନର କୁଖ୍ୟାତ ଆତଙ୍କବାଦୀ ମୁଦାସିର ପଣ୍ଡିତଙ୍କ ସମେତ ମୋଟ ୩ ଜଣ ନିହତ ହୋଇଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ରିପୋର୍ଟ ଲେଖାଯିବା ବେଳକୁ ସୁରକ୍ଷାବାହିନୀର ସର୍ଚ୍ଚ ଅପରେଶନ ଜାରି ରହିଛି । 

କଶ୍ମୀର ଆଇଜି ବିଜୟ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ନିକଟରେ ୩ ଜଣ ପୋଲିସ କର୍ମଚାରୀ, ୨ ଜଣ ପାର୍ଷଦ ଓ ୨ ଜଣ ସାଧାରଣ ନାଗରିକଙ୍କ ହତ୍ୟାକାଣ୍ଡରେ ସାମିଲ ଲସ୍କର-ଏ-ତଇବାର ଶୀର୍ଷ ଆତଙ୍କବାଦୀ ମୁଦାସିର ପଣ୍ଡିତ ସୋପୋରରେ ନିହତ ହୋଇଛି । ଏହି ଏନକାଉଣ୍ଟରରେ ଆତଙ୍କବାଦୀ ସଂଗଠନର ମୋଟ ୩ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଏହି ଅଂଚଳରେ ସର୍ଚ୍ଚ ଅପରେଶନ ଜାରି ରହିଥିବା ବରିଷ୍ଠ ପୋଲିସ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 

 

  • Tags:

Subscribe

National International State Sports Entertainment