ନିର୍ଦ୍ଧାରିତ ସମୟରେ ଆସିଲାନି ମୌସୁମୀ, ତାମିଲନାଡୁରେ ଘୋର ଜଳ ସଂକଟ
Khabar Odisha:Nation-Tamil-Nadu-Different-parts-of-the-state-are-facing-water-crisis

ଚେନ୍ନାଇ, ଜୁନ ୧୯ (ଖବର ଓଡ଼ିଶା): ନିର୍ଦ୍ଧାରିତ ସମୟ ମଧ୍ୟରେ ମୌସୁମୀ ବାୟୁ ପହଂଚି ନଥିବାରୁ ସାରା ଦେଶରେ ଖରା ଅସହ୍ୟ ହୋଇପଡ଼ିଛି । ତାପମାତ୍ରା ବଢ଼ିଛି । ଉପକୂଳ ରାଜ୍ୟ ହୋଇଥିଲେ ବି ତାମିଲନାଡୁରେ ଖରାର ଅଧିକ ପ୍ରଭାବ ଦେଖାଯାଇଛି । ପାଣି ପାଇଁ ଲୋକେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି । ଦକ୍ଷିଣ ଭାରତର ଅନ୍ୟତମ ଆଧ୍ୟାତ୍ମିକ ସହର ରାମେଶ୍ୱରରେ ଉତ୍କଟ ଜଳାଭାବ ଦେଖାଯାଇଛି । ପାଣି ପାଇଁ ଲୋକେ ଡହଳବିକଳ ହେଉଛନ୍ତି । ସ୍ଥାନୀୟ ଜନତାଙ୍କ କହିବା ଅନୁସାରେ ସେମାନେ ପୂର୍ବରୁ କେବେ ଏଭଳି ଜଳ ସମସ୍ୟାର ସମ୍ମୁଖୀନ ହୋଇ ନାହାନ୍ତି । ଜଳସ୍ତର ବହୁ ନିମ୍ନକୁ ଖସିଯାଇଛି । 

ତାମିଲନାଡୁ ବ୍ୟତୀତ ଦେଶର ଅନ୍ୟ ଅଂଚଳରେ ମଧ୍ୟ ଜଳାଭାବ ଦେଖାଯାଇଛି । ମୌସୁମୀ ଆସିବାରେ ବିଳମ୍ବ ହୋଇଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।

   

  • Tags:

Subscribe

National International State Sports Entertainment