ପ୍ରଧାନମନ୍ତ୍ରୀ ମୋଦୀଙ୍କ ସର୍ବଦଳୀୟ ବୈଠକ ଆଜି, ଅନୁପସ୍ଥିତ ରହିବେ ମମତା-ଷ୍ଟାଲିନ
Khabar Odisha:Nation-Prime-Minister-Narendra-Modi-has-invited-the-heads-of-all-political-parties-today

ନୂଆଦିଲ୍ଲୀ, ଜୁନ ୧୯ (ଖବର ଓଡ଼ିଶା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବାକୁ ବୁଧବାର ସମସ୍ତ ରାଜନୈତିକ ଦଳର ନେତାମାନଙ୍କୁ ନିମନ୍ତ୍ରଣ କରିଛନ୍ତି । ମୋଦୀଙ୍କ ବୈଠକରେ ଲୋକସଭା ଓ ରାଜ୍ୟସଭାର ସଭ୍ୟମାନେ ଯୋଗଦେବେ । ବୈଠକରେ ‘ଏକ ଦେଶ, ଏକ ନିର୍ବାଚନ’ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ସେହିପରି ୨୦୨୨ରେ ଭାରତ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପୂରଣ ଏବଂ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୦ତଜ ଜୟନ୍ତୀ ପାଳନ ନେଇ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବାର ଅଛି । ବୈଠକ ପରେ ଜୁନ ୨୦ରେ ଏକ ରାତ୍ରୀ ଭୋଜନ କାର୍ଯ୍ୟକ୍ରମ ରହିଛି । 

ଅନ୍ୟ ପକ୍ଷରେ ବିରୋଧୀ ଦଳ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଯୋଗ ଦେବ କି ନାହି ତାହା ସ୍ପଷ୍ଟ ହୋଇନାହିଁ । ବିରୋଧୀ ଦଳର ନେତାମାନେ ମଙ୍ଗଳବାର ଜାତୀୟ ଗଣମାଧ୍ୟମକୁ କହିଥିଲେ ଯେ, ସସଂଦ ଓ ବିଧାନସଭାର ନିର୍ବାଚନ ଏକକାଳୀନ କରାଯିବ ନା ନାହିଁ, ଆମେ ବୁଧବାର ନିଷ୍ପତ୍ତି ନେବୁ । ୟୁପିଏ ନେତାମାନେ ମଙ୍ଗଳବାର ସନ୍ଧ୍ୟାରେ ଏବାବଦରେ ଆଲୋଚନା କରିଛନ୍ତି । ସେହିଭଳି ଅନ୍ୟ ବିରୋଧୀ ଦଳର ନେତାମାନେ ମଧ୍ୟ ବୈଠକରେ ଯୋଗଦେବେ କି ନାହିଁ ଏବାବଦରେ ଶେଷ ନିଷ୍ପତ୍ତି ନେଇ ନାହାନ୍ତି । 

ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ, ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ ଏବଂ ତେଲେଙ୍ଗାନା ରାଷ୍ଟ୍ରସମିତିର ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ବୈଠକରେ ଯୋଗଦେବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିଛନ୍ତି । 

 

  • Tags:

Subscribe

National International State Sports Entertainment