୨୮ରେ ବାରାଣସୀ ଯିବେ ମୋଦୀ, ଭଗବାନ ରାମଙ୍କ ଭଳି କାଶୀ ବିଶ୍ୱନାଥଙ୍କୁ କରିବେ ପୂଜାର୍ଚ୍ଚନା
Khabar Odisha:Nation-PM-Nrendra-Modi-will-perform-worship-of-Baba-Viswanath-like-god-ram

ବାରାଣସୀ, ମଇ ୨୫ (ଖବର ଓଡ଼ିଶା): ବିପୁଳ ବହୁମତ ସହିତ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ନରେନ୍ଦ୍ର ମୋଦୀ ଭାରତର ଆଧ୍ୟାତ୍ମିକ ନଗରୀ ବାରାଣସୀ ଯାଇପାରନ୍ତି । ସୂତ୍ର ଅନୁସାରେ ମୋଦୀ ମେ’ ୨୮ରେ ବାରାଣସୀ ଯାଇ କାଶୀ ବିଶ୍ୱନାଥଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ । ସେ ଭଗବାନ ଶିବଙ୍କ ଠାରୁ ଆଶୀର୍ବାଦ ନେଇ ଦ୍ୱିତୀୟ ଥର ଭାରତର କ୍ଷମତା ଗ୍ରହଣ କରିବେ । ତାଙ୍କ ବିଜୟରେ କାଶୀବାସୀଙ୍କ ଆଶୀର୍ବାଦ ରହିଛି ଏବଂ ସେଥିପାଇଁ ସେ ଶପଥ ଗ୍ରହଣ କରିବା ପୂର୍ବରୁ ସାଧାରଣ ଜନତାଙ୍କୁ ଭେଟିବେ ବୋଲି ସୂତ୍ର କହୁଛି । କାଶୀ ଗସ୍ତରେ ବାବା ବିଶ୍ୱନାଥଙ୍କୁ ମୋଦୀ  ପୁପ୍ପାଭିଷେକ କରିବେ, ଯେଭଳି ଭାବରେ ପ୍ରଭୁ ରାମଚନ୍ଦ୍ର ଲଙ୍କା ବିଜୟ ପରେ ଭଗବାନ ଶଙ୍କରଙ୍କୁ ଆରାଧନା କରିଥିଲେ । ନମୋଙ୍କ ବିଜୟ ରଥ ସହରର ପାଖାପାଖି ୩୦ କିଲୋମିଟର ଦୌଡ଼ିବ ବୋଲି ଜଣାପଡ଼ିଛି । 

୨୦୧୯ରେ ବାରାଣସୀ ଲୋକସଭା ଆସନର ଫଳାଫଳ 

-ନରେନ୍ଦ୍ର ମୋଦୀ (ବିଜେପି): ୬,୭୪,୬୬୪ ଖଣ୍ଡ ଭୋଟ

-ଶାଳିନୀ ଯାଦବ (ସମାଜବାଦୀ ପାର୍ଟି): ୧,୯୫,୧୫୯ ଖଣ୍ଡ ଭୋଟ

-ଅଜୟ ରାୟ (କଗ୍ରେସ): ୧,୫୨,୫୪୮ ଖଣ୍ଡ ଭୋଟ

-ସୁରେନ୍ଦ୍ର (ଏସବିଏସପି): ୮,୮୯୨ ଖଣ୍ଡ ଭୋଟ

-ଅନିଲ କୁମାର ଚୌରାସିଆ (ଜେକେପି): ୨,୭୫୮ ଖଣ୍ଡ ଭୋଟ

ପ୍ରଧାନମନ୍ତ୍ରୀ ମୋଦୀ ୨୦୧୪ରେ ବାରାଣସୀରୁ ସାଂସଦ ଚୟନ ହେବାର ପରଦିନ ଗଂଗା କୂଳକୁ ପହଂଚି ପୂଜାର୍ଚ୍ଚନା କରିଥିଲେ । ବାରାଣସୀ ସମେତ ଦେଶବ୍ୟାପୀ ଲୋକସଭାରୁ ଫଳାଫଳ ଆସିବା ପରେ ମୋଦୀ ବାରାଣସୀ ଯିବା ପାଇଁ ସୂଚନା ଦେଇଛନ୍ତି । ପ୍ରଶାସନିକ ସୂତ୍ର ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ଅପରାହ୍ଣରେ କାଶୀ ପହଂଚିବେ । ଏଠରେ ସେ ଲୋକଙ୍କୁ ସମ୍ବୋଧିତ କରିବେ । ଏହାପରେ କୋତୱାଲ ବାବା କାଳଭୈରବ ଓ କାଶୀ ବିଶ୍ୱନାଥ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବେ । ଏହା ପରେ ମୋଦୀ ଗଙ୍ଗା ଆରତୀରେ ମଧ୍ୟ ସାମିଲ ହେବେ । ପ୍ରଧାନମନ୍ତ୍ରୀଙ୍କ ବିସ୍ତୃତ କାର୍ଯ୍ୟକ୍ରମ ଆଜି ଜିଲ୍ଲା ପ୍ରଶାସନ ଜାରି କରିବ । 

ପିଏମଓଙ୍କ ତରଫରୁ ସୂଚନା ମିଳିବା ପରେ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଉଛି । ବିଜେପି ନେତାମାନେ ମୋଦୀଙ୍କ ସ୍ୱାଗତ ପାଇଁ ବ୍ୟସ୍ତ ଦେଖାଯାଇଛନ୍ତି । ମୋଦୀଙ୍କୁ କେବଳ ବାରାଣସୀ ସାଂସଦ ଭାବେ ନୁହେଁ ବରଂ ମହାନାୟକ ଭାବେ ସ୍ୱାଗତ କରାଯିବ । 

 

  • Tags:

Subscribe

National International State Sports Entertainment