ନୂଆଦିଲ୍ଲୀ, ଅକ୍ଟୋବର ୦୩ (ଖବର ଓଡ଼ିଶା): ପଶ୍ଚିମବଙ୍ଗର ଦୁର୍ଗାପୂଜା ପୂରା ବିଶ୍ୱରେ ପ୍ରସିଦ୍ଧିଲାଭ କରିଛି । ୟୁନେସ୍କୋ ମଧ୍ୟ ଏଠାକାର ଦୁର୍ଗାପୂଜାକୁ ସ୍ଥାନ ଦେଇଛି । କୋଲକାତାରେ ଏବେ ଚାରିଆଡେ ଦୁର୍ଗାପୂଜାର ମେଢ଼ ଦେଖାଯାଉଛି । ମା’ଙ୍କୁ ପୂଜାର୍ଚ୍ଚନା କରାଯାଉଛି । ପ୍ରତ୍ୟେକ ଗଳିରେ ଶ୍ରଦ୍ଧାଳୁ ମା’ଙ୍କୁ ଦର୍ଶନ କରୁଛନ୍ତି । କୋଲକାତାର ପୂଜା ମଧ୍ୟରୁ ଅନେକ ନିଜର ସାଜସଜ୍ୟା ପାଇଁ ପ୍ରସିଦ୍ଧ । ଆଉ କିଛି ପୂଜା ପୁରୁଣା ପାଇଁ ଜଣାଶୁଣା ।
ଯଦି କୋଲକାତାର ସର୍ବ ପୂରାତନ ଦୁର୍ଗା ମଣ୍ଡପ କଥା କହିବା, ତାହେଲେ ସବରନା ରାୟ ଚୌଧୁରୀ ପରିବାର ପକ୍ଷରୁ ଆୟୋଜିତ ହେଉଥିବା ଦୁର୍ଗାପୂଜାକୁ ନିଆଯିବ । ଏଠାରେ ୧୬୧୦ ମସିହାରୁ ଦୁର୍ଗାପୂଜା ହୋଇ ଆସୁଛି । ପ୍ରତିବର୍ଷର ଥୀମ ଅଲଗା ଏବଂ ଏଠାରେ ପରଂପରାକୁ ଗୁରୁତ୍ୱ ଦିଆଯାଇଥାଏ ।
ପ୍ରାଚୀନ ମଣ୍ଡପ ବ୍ୟତୀତ କିଛି ଅନ୍ୟ କାରଣରୁ ରୟ ଚୌଧୁରୀ ପରିବାର ପୂଜାକୁ ସ୍ୱତନ୍ତ୍ର କୁହାଯାଇଥାଏ । ମୋଗଲ ସମ୍ରାଟ ଜହାଙ୍ଗୀର ଏଥି ପାଇଁ ଜମି ଦେଇଥିଲେ । ଆଧୁନିକ ଜୟପୁରର ଅମ୍ବର ରାଜା ମାନ ସିଂହଙ୍କ ମାଧ୍ୟମରେ ମଧ୍ୟସ୍ଥତା ପରେ ଏହି ଭୂମିଦାନ କରାଯାଇଥିଲା । ଅନେକ ଲୋକ ନିଜ ବଂଶର ପୂର୍ବ ପୁରୁଷଙ୍କୁ ଜାଣି ନଥାନ୍ତି । କିନ୍ତୁ ଏହି ପୂଜା କମିଟିର ସଦସ୍ୟ ନିଜ ପୂର୍ବ ପୁରୁଷଙ୍କୁ ଜାଣନ୍ତି । ପୂଜାର ପ୍ରତିଷ୍ଠାତା ଲକ୍ଷ୍ମୀକାନ୍ତ ଗଂଗୋପାଧ୍ୟାୟଙ୍କ ଠାରୁ ସବରନା ରାୟ ଚୌଧୁରୀଙ୍କ ପର୍ଯ୍ୟନ୍ତ ୩୫ ପୀଢ଼ି । ଲକ୍ଷ୍ମୀକାନ୍ତ ସ୍ୱୟଂ ପଶ୍ଚିମବଙ୍ଗର ବିଖ୍ୟାତ ଗଂଗୋପାଧ୍ୟାୟ ବ୍ରାହ୍ମଣ କୁଳର ୨୨ତମ ପିଢ଼ିର ବ୍ୟକ୍ତି । ଏହି ପରିବାରର ଲୋକ ସଂଖ୍ୟା ଏପର୍ଯ୍ୟନ୍ତ ୨୦ ହଜାର ବୋଲି ଜଣାପଡ଼ିଛି ।