ବିବାହ କରି ବିଦେଶ ପଳାୟନ କଲେ ସଂପଂତି ହେବ ଜବତ ଏବଂ ପାସପୋର୍ଟ ହେବ ବାତିଲ
Khabar Odisha:Nation-NRI-marriage-After-marriage-if-ran-abroad-property-will-be-seized-and-passport-will-be-canceled

ନୂଆଦିଲ୍ଲୀ, ଫେବୃୟାରୀ ୧୨ (ଖବର ଓଡ଼ିଶା): ଯଦି କେହି ଏନଆରଆଇ (ଅନିବାସୀ ଭାରତୀୟ) ପତି ନିଜର ପତ୍ନୀଙ୍କୁ ବିବାହ ପରେ ଠକି ବିଦେଶରେ ଭାରତୀୟ ଆଇନକୁ ଅଣଦେଖା କରନ୍ତି, ତା’ହେଲେ ଏହାର ବଡ଼ ଫଳ ଭୋଗିବାକୁ ପଡ଼ିବ । କେନ୍ଦ୍ର ସରକାର ଏଥି ପାଇଁ ଏକ ଶକ୍ତିଶାଳୀ ଆଇନ ଗଠନ କରିବାକୁ ଯାଉଛନ୍ତି । ରାଜ୍ୟସଭାରେ ସୋମବାର ହଙ୍ଗାମା ମଧ୍ୟରେ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ‘ଦ ରେଜିଷ୍ଟ୍ରେଶନ ଅଫ ମ୍ୟାରେଜ ଅଫ ନନ ରେଜିଷ୍ଟ୍ରେଡ ଇଣ୍ଡିଆନ ବିଲ’ ପାସ ହୋଇଛି । ମାତ୍ର ଏହି ବିଧେୟକ ଉପରେ ଆଲୋଚନା ହୋଇ ପାରି ନାହିଁ କିନ୍ତୁ ସରକାରଙ୍କ ଅନୁସାରେ ଯଦି ଏହି ବର୍ଷ ବିଲ ପାସ ନହୁଏ, ପରେ ଆର୍ଡିନେନ୍ସ କରାଯାଇ ପାରେ । 

ବିଧେୟକରେ କ’ଣ ରହିବ  

-ବିବାହର ୩୦ ଦିନ ମଧ୍ୟରେ ଏନଆରଆଇଙ୍କୁ ଏହାର ପଂଜିକରଣ କରିବାକୁ ହେବ । ଯଦି ବିଦେଶରେ ରହୁଥିବା ଏନଆରଆଇ କୌଣସି ବିଦେଶୀ ମହିଳାଙ୍କୁ ବିବାହ କରୁଥାନ୍ତି, ବିବାହର ୩୦ ଦିନ ମଧ୍ୟରେ ଅଧିକାରୀଙ୍କ ପାଖରେ ରେଜିଷ୍ଟେଶନ କରିବାକୁ ପଡ଼ିବ । 

-ଯଦି କୌଣସି ଏନଆରଆଇ ବିବାହ ରେଜିଷ୍ଟ୍ରେଶନ କରିବା ବିନା ବିଦେଶ ଚାଲି ଯାଇଥାଏ, ବିଦେଶ ମନ୍ତ୍ରାଳୟର ୱେବସାଇଟରେ ତାଙ୍କୁ ନୋଟିସ ମିଳିବ । ନୋଟସିର ଆଦେଶ ପାଳନ କରୁନଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।

-ଏକ ସଠିକ ସମୟସୀମା ମଧ୍ୟରେ ଅଭିଯୁକ୍ତ ଏନଆରଆଇକୁ ଉପସ୍ଥିତ ହେବା ପାଇଁ ନୋଟିସରେ ସୂଚନା ଦିଆଯିବ । କୋର୍ଟରେ ଉପସ୍ଥିତ ନ ହେଲେ ଏନଆରଆଇକୁ ଗିରଫ କରାଯିବ । 

-ଗିରଫ ହେବା ପରେ ସଂପତ୍ତି ଜବତ ଓ ପାସପୋର୍ଟ ବାତିଲ କରାଯିବ । ଏଥି ପାଇଁ କ୍ରିମିନାଲ ଅଧିନିୟମରେ ପରିବର୍ତ୍ତନ କରାଯିବ । 

ସୂଚନାଯୋଗ୍ୟ ଦେଶରେ ହଜାର ହଜାର ମହିଳା ଏପରି ଅଛନ୍ତି, ଯେଉଁମାନେ କି ଏନଆରଆଇ ସ୍ୱାମୀ ଏବଂ ପରିବାରକୁ ଠକିଛନ୍ତି । ଏନଆରଆଇ ସ୍ୱାମୀ ବିବାହ ପରେ ସ୍ତ୍ରୀକୁ ଛାଡ଼ି ଚାଲିଯାଉଛନ୍ତି ଏବଂ କୋର୍ଟର ନୋଟିସକୁ ଅଣଦେଖା କରୁଛନ୍ତି । ସବୁ ରାଜ୍ୟର ରେଜିଷ୍ଟାର ଅଫିସକୁ କୁହାଯାଇଛି ଯେ, ସେମାନେ ବିବାହର ସମସ୍ତ ରେଜିଷ୍ଟ୍ରେଶନକୁ ମନ୍ତ୍ରାଳୟର ୱେବସାଇଟ ସହିତ ଯୋଡ଼ନ୍ତୁ । ବିଧେୟକ ପାଖରେ ରହିଲେ ଏନଆରଆଇ ବିବାହରେ ଉତ୍ପୀଡ଼ନ ଅଥବା ଧୋଖାର ଶିକାର ମହିଳାଙ୍କ ଲାଗି ଏହା ସିଙ୍ଗିଲ ୱିଣ୍ଡୋ ସିଷ୍ଟମ କାମ କରିବ । ପଂଜାବ, ଦିଲ୍ଲୀ ଏବଂ ଦକ୍ଷିଣ ଭାରତରେ ଏମିତି ହଜାର ହଜାର ମାମଲା ରହିଛି । 

 

  • Tags:

Subscribe

National International State Sports Entertainment