ଗାଁର ବିକାଶ ପାଇଁ ଗାନ୍ଧିଜୀ ନିଜ ଜୀବନକୁ ସମର୍ପିତ କରିଥିଲେ: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ
Khabar Odisha:Nation-Mahatma-Gandhi-dedicates-his-entire-life-for-vellages-say-Smruti-Irani

ଆମେଥୀ, ଅକ୍ଟୋବର ୨୧ (ଖବର ଓଡ଼ିଶା): ଜାତିର ପିତା ମହାତ୍ମା ଗାନ୍ଧୀ ଗାଁର ବିକାଶ ପାଇଁ ନିଜ ଜୀବନକୁ ସଂପୂର୍ଣ୍ଣ ରୂପେ ସମର୍ପିତ କରିଥିଲେ । ଗାନ୍ଧିଜୀ ଏକ ପୂର୍ଣ୍ଣାଙ୍ଗ ବିକଶିତ ଗାଁର ସ୍ୱପ୍ନ ଦେଖିଥିଲେ । ଭାରତୀୟ ଜନତା ପାର୍ଟି ଦ୍ୱାରା ଗତ ୨ ତାରିଖରୁ ଆରମ୍ଭ ହୋଇଥିବା ବିଶେଷ କାର୍ଯ୍ୟକ୍ରମ ‘ମନ ମେଁ ଗାନ୍ଧୀ’ରେ ଅଂଶଗ୍ରହଣ କରି କେନ୍ଦ୍ର ମନ୍ତ୍ରୀ ଓ ଆମେଥୀ ଲୋକସଭା ଆସନରୁ ସାଂସଦ ସ୍ମୁତି ଇରାନୀ ଏହା କହିଛନ୍ତି । ଜଗଦୀଶପୁରସ୍ଥିତ ରାମଲୀଲା ପଡ଼ିଆରେ ସଂକଳ୍ପ ପଦଯାତ୍ରା ଶୁଭାରମ୍ଭ କରି ସେ କହିଛନ୍ତି, ଏଥର ୧୫୦ତମ ଗାନ୍ଧୀ ଜୟନ୍ତୀ ଅବସରରେ ଭିନ୍ନ ଭିନ୍ନ ସମୟରେ ସଂକଳ୍ପ ପଦଯାତ୍ରାର ଆୟୋଜନ କରାଯାଉଛି । ଆମେଥୀରେ ଆଜି ଆରମ୍ଭ ହୋଇଥିବା ସଂକଳ୍ପ ଯାତ୍ରା ୩୦୦ କିଲୋମିଟ ଯାଏଁ ପହଞ୍ଚିବ ।

କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଦଳୀୟ କର୍ମକର୍ତ୍ତାମାନେ ସ୍ମୃତି ଇରାନୀଙ୍କୁ ପୁଷ୍ପ ବର୍ଷା କରି ସ୍ୱାଗତ କରିଥିଲେ । ସେହିଭଳି ମହିଳାମାନେ ଆରତୀ ଦେଇଥିଲେ । ଗାନ୍ଧୀ ସଂକଳ୍ପ ଯାତ୍ରା ସମୟରେ ଜଗଦୀଶପୁରରେ ସଂଖ୍ୟାଲଘୁ ସଂପ୍ରଦାୟାର ମହିଳାମାନେ ସ୍ମୃତି ଇରାନୀଙ୍କୁ ସ୍ୱାଗତ କରିଥିଲେ ଏବଂ ନିଜ ନିଜର ସମସ୍ୟା ସଂପର୍କରେ ଅବଗତ କରିଥିଲେ । 

ଜବାବରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ମହିଳାଙ୍କୁ ଆଶ୍ୱସନା ଦେଇଛନ୍ତି । ସେ ଯେତେବେଳେ ଅଯୋଧ୍ୟା ରୋଡରେ ପହଞ୍ଚି ଥିଲେ ସମସ୍ତ ମହିଳା ପୁଷ୍ପ ବର୍ଷା ସହ ସ୍ୱାଗତ କରିଥିଲେ । କେନ୍ଦ୍ରମନ୍ତ୍ରୀ ନିହାଲଗ ରେଳଷ୍ଟେସନ ପହଞ୍ଚି ସ୍ୱଚ୍ଛତା ମିଶନରେ ଭାଗ ନେଇଛନ୍ତି । ସ୍ମୃତି ଇରାନୀ ନିଜେ ଝାଡୁ ଧରି ରେଳଷ୍ଟେସନରେ ସଫା କରିଛନ୍ତି ।  

  • Tags:

Subscribe

National International State Sports Entertainment