ଲୁଧିଆନା, ମେ ୨୨ (ଖବର ଓଡ଼ିଶା): ଗତ ସେପ୍ଟେମ୍ବର ୨୩ ତାରିଖରେ ହୋଇଥିବା ପଂଜାବର ଲୁଧିଆନା କୋର୍ଟ ବିସ୍ଫୋରଣ ମାମଲାରେ ଏସ୍ଟିଏଫ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ଶନିବାର ରାତିରେ ଏସଟିଏଫ ଜାତୀୟ ତଦନ୍ତ ସଂସ୍ଥା (ଏନ୍ଆଇଏ) ସହିତ ମିଶି ଅପରେଶନକୁ ସଫଳତାର ସହିତ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ତେବେ ରିପୋର୍ଟ ଲେଖାଯିବା ବେଳକୁ ଅଭିଯୁକ୍ତର ପରିଚୟ କୁହାଯାଇ ନଥିବା ବେଳେ ପଚରାଉଚରା ଜାରି ରହିଛି ।
ଶୁକ୍ରବାର ଏସ୍ଟିଏଫ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଥିଲା । ଜଣେ ନାବାଳକ ସହିତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ମାମଲାରେ ପାକିସ୍ତାନ କନେକଶନ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି । ପୋଲିସ କହିଛି ଯେ, ଆକ୍ରମଣ ସମୟରେ ଆଇଇଡି ବ୍ୟବହାର କରାଯାଇଥିଲା । ଏହାକୁ ଡ୍ରୋନ୍ ମାଧ୍ୟମରେ ପାକିସ୍ତାନରୁ ଅଣାଯାଇଥିଲା । ଅଭିଯୁକ୍ତକୁ ସବୁ ପ୍ରକାରର ଟେକ୍ନିକାଲ ସହାୟତା ଯୋଗାଇ ଦିଆଯାଇଥିଲା । ଖାଲିସ୍ତାନର ଲୋକଙ୍କ ପାଇଁ ଇଣ୍ଟରନ୍ୟାସନାଲ ନମ୍ବର ଜେନେରେଟ କରିବା ଭଳି କାମ କରୁଥିଲା ।
ସୂଚନାଯୋଗ୍ୟ, ଏହି ବିସ୍ଫୋରଣରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ୬ ଜଣ ଆହତ ହୋଇଥିଲେ । ଆକ୍ରମଣର ମାଷ୍ଟର ମାଇଣ୍ଡ ଜର୍ମାନୀରେ ବସିଥିବା ଆତଙ୍କବାଦୀ ଜସବିନ୍ଦର ସିଂହ ମୁଲତାନୀ । ସେ ଯେଉଁ ଆତଙ୍କବାଦୀ ଦ୍ୱାରା ବିସ୍ଫୋରଣ କରିଥିଲା, ଏନ୍ଆଇଏ ତାକୁ ପୂର୍ବରୁ ଗିରଫ କରିଛି ।