ସରକାର ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଆଜି ପୁଣି ଗୁରୁତ୍ୱପୂର୍ଣ୍ଣ ବୈଠକ
Khabar Odisha:Nation-Maharashtra-political-crisis-Eknath-Shinde-rebel-Shiv-Sena-Uddhav-Thackeray

ମୁମ୍ବାଇ, ଜୁନ୍ ୨୫ (ଖବର ଓଡ଼ିଶା): ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ନିଜ ସରକାର ବଞ୍ଚାଇବା ପାଇଁ ସଂଘର୍ଷ କରିବାକୁ ପଡୁଛି । ବିଗତ ୪ ଦିନ ହେଲା ଆଲୋଚନା ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶୁକ୍ରବାର ସେନା ଭବନରେ ଶିବସୈନିକଙ୍କ ସହିତ କଥା ହୋଇଥିଲା ବେଳେ ଆଦିତ୍ୟ ଠାକରେ ଜିଲ୍ଲାସ୍ତରୀୟ ପଦାଧିକାରୀଙ୍କୁ ସମ୍ବୋଧିତ କରିଛନ୍ତି । 

ସେହିପରି ଶରଦ ପାୱାରଙ୍କ ସମତେ ଏନସିପିର ବରିଷ୍ଠ ନେତାଙ୍କ ସହିତ ଆଗାମୀ ରଣନୀତି ନେଇ ଉଦ୍ଧବ ଠାକରେ ବୈଠକ କରିଛନ୍ତି । ସନ୍ଧ୍ୟା ହେବା ପରେ ବିଧାନସଭା ସଚିବାଳୟରେ ଶିବସେନାର ୧୬ ଜଣ ବିଦ୍ରୋହୀ ବିଧାୟକଙ୍କ ସଦସ୍ୟତା ରଦ୍ଦ କରିବାକୁ ନେଇ ଚର୍ଚ୍ଚା ହୋଇଥିଲା । ଆଜି ଶିବସେନା ନିଜର ସମସ୍ତ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଡାକିଛି । ଆଦିତ୍ୟ ଠାକରେ ମଧ୍ୟ ଯୁବନେତାଙ୍କ ସଭାକୁ ସମ୍ବୋଧିତ କରିବେ । ଅନ୍ୟପଟରେ ବିଜେପି ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ କେନ୍ଦ୍ରମନ୍ତ୍ରୀ ରାମଦା ଆଠୱଲେଙ୍କ ସହିତ ରାଜ୍ୟର ବର୍ତ୍ତମାନ ସ୍ଥିତି ନେଇ ଚର୍ଚ୍ଚା କରିବେ । 

ଶିବସେନା ଉପବାଚସ୍ପତିଙ୍କୁ ଚିଠି ଲେଖି ୧୬ ଜଣ ବିଦ୍ରୋହୀ ବିଧାୟକଙ୍କ ସଦସ୍ୟତା ରଦ୍ଦ କରିବାକୁ ଦାବି କରିଛି । ଏହାରି ଉପରେ ବିଧାନସଭା ସଚିବାଳୟରେ ମହାଧିବକ୍ତା ଆଶୁତୋଷ କୁମ୍ଭକୋଣୀଙ୍କ ସହିତ ବୈଠକ ହୋଇଛି । ଏଥିରେ ଅରବିନ୍ଦ ସାୱନ୍ତ ଓ ଅନିଲ ଦେସାଇ ଉପସ୍ଥିତ ଥିଲେ । 

 

  • Tags:

Subscribe

National International State Sports Entertainment