ନୂଆଦିଲ୍ଲୀ, ମେ ୨୧ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ଜ୍ଞାନବାପୀ ମସଜିଦ୍ ମାମଲାରେ ବିବାଦୀୟ ପୋଷ୍ଟ ସେୟାର କରିଥିବା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ରତନଲାଲଙ୍କୁ ପୋଲିସ ଗିରଫ କରିଛି । ଦିଲ୍ଲୀ ପୋଲିସର ସ୍ୱତନ୍ତ୍ରୀ ଟିମ୍ ଶୁକ୍ରବାର ରାତିରେ ରତନଲାଙ୍କୁ ଧାର୍ମିକ ଭାବନାକୁ ଆହତ ପହଞ୍ଚାଇଥିବା ଅଭିଯୋଗରେ ଗିରଫ କରିଛନ୍ତି । ଏନେଇ ରତନଲାଲଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା । ସୁପ୍ରିମକୋର୍ଟଙ୍କ ଆଇନଜୀବୀ ବିନୀତ ଜିନ୍ଦଲଙ୍କ ପକ୍ଷରୁ ରତନଲାଲଙ୍କ ନାଁରେ ଏତଲା ଦେଇଥିଲେ ।
କୁହାଯାଉଛି ଯେ, ରତନଲାଲଙ୍କୁ ଆଜି (ଶନିବାର) କୋର୍ଟରେ ହାଜର କରାଯିବ । କିନ୍ତୁ ପ୍ରଫେସରଙ୍କୁ ଗିରଫ କରାଯିବା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ଦେଖାଯାଇଛି । ଏଆଏସ୍ଏର କର୍ମକର୍ତ୍ତା ଦିଲ୍ଲୀ ପ୍ରଫେସରଙ୍କୁ ଛାଡ଼ି ଦେବା ପାଇ ଦାବି କରିଛନ୍ତି । ତାଙ୍କୁ ତୁରନ୍ତ ଛାଡି ଦେବାକୁ ଅପିଲ କରାଯାଇଛି । ଉତ୍ତେଜିତ କର୍ମକର୍ତ୍ତା ବିଳମ୍ବିତ ରାତିରେ ସାଇବର ସେଲ ବାହାରେ ପହଞ୍ଚିଥିଲେ । ସେମାନେ ଅନ୍ୟ ଛାତ୍ରମାନଙ୍କୁ ମଧ୍ୟ ଏକତ୍ର କରିଥିଲେ । ସମସ୍ତଙ୍କୁ ସାଇବର ସେଲ ବାହାରକୁ ଆସିବା ପାଇଁ କୁହାଯାଇଛି ।