ବିରଳ ଅସ୍ତ୍ରୋପଚାର: ପେଟରୁ ବାହାରିଲା ଛୁରୀ, ୨ ପେଚକସ ସହ ୮ ଚାମଚ ଓ ୨ ବ୍ରଶ
Khabar Odisha:Nation-Doctors-removed-8-spoons-2-screwdrivers-2-toothbrushes-and-1-kitchen-knife-from-stomach

ସିମଲା, ମଇ ୨୫ (ଖବର ଓଡ଼ିଶା): ହିମାଚଳ ପ୍ରଦେଶରେ ଏକ ଡାକ୍ତରୀ ଟିମ ବିରଳ ଅସ୍ତ୍ରୋପଚାର କରିଛନ୍ତି । ଜଣେ ବ୍ୟକ୍ତିଙ୍କ ପେଟ ଅପରେଶନ କରି ମେଡିକାଲ ଟିମ ଗୋଟିଏ ଛୁରୀ, ୨ଟି ପେଚକସ, ୮ଟି ଚାମଚ ଏବଂ ୨ଟ ଦାନ୍ତ ଘଷା ବ୍ରଶ ବାହାର କରିଛନ୍ତି । ପେଟ ଯନ୍ତ୍ରଣା ଅନୁଭବ କରିବା ପରେ ଜଣେ ୩୫ ବର୍ଷିଅ ଯୁବକଙ୍କୁ ମଣ୍ଡିସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ସମୟ ଧରି ଅପରେଶନ ପରେ ପେଟରୁ ଛୁରୀ, ଚାମଚ, ବ୍ରଶ ଓ ପେଚକସ ବାହାର କରାଯାଇଥିଲା । 

ଅସ୍ତ୍ରୋପଚାର ପରେ ମେଡିକାଲର ଡାକ୍ତର ନିଖିଲ କହିଛନ୍ତି, ପେଟ ଭିତରେ କିଛି ଜିନିଷ ଥିବାରୁ ପୂର୍ବାନୁମାନ କରାଯାଇଥିଲା । ଆମର ସର୍ଜନ ଟିମ ଯଥାଶୀଘ୍ର ଅପରେଶନ କରିବାକୁ ବାହାରି ପଡ଼ିଥିଲେ । ବର୍ତ୍ତମାନ ବ୍ୟକ୍ତି ସୁସ୍ଥ ଅଛନ୍ତି ବୋଲି ଡାକ୍ତର ନିଖିଲ କହିଛନ୍ତି । ଏହା ଏକ ବିରଳ ଅସ୍ତ୍ରୋପଚାର ବୋଲି ସେ କହିଛନ୍ତି । 

 

  • Tags:

Subscribe

National International State Sports Entertainment