ଆଜି ଦେଶବ୍ୟାପୀ ଡାକ୍ତର ଆନ୍ଦୋଳନ, ଜରୁରୀ ସମୟରେ କ’ଣ କରିବେ ଜାଣନ୍ତୁ
Khabar Odisha:Nation-Doctors-nationwide-strike-today-know-what-to-do-in-emergency

ନୂଆଦିଲ୍ଲୀ, ଜୁନ ୧୭ (ଖବର ଓଡ଼ିଶା): ପଶ୍ଚିମବଙ୍ଗରୁ ଆରମ୍ଭ ହୋଇଥିବା ଡାକ୍ତର ଆନ୍ଦୋଳନ ଚରମ ସୀମାରେ ପହଂଚିଛି । ସାରା ଦେଶରେ ସୋମବାର ଡାକ୍ତରମାନେ ଆନ୍ଦୋଳନ କରୁଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଦେଶବ୍ୟାପୀ ପାଖାପାଖି ୫ ଲକ୍ଷ ଡାକ୍ତର ଆନ୍ଦୋଳନକୁ ଓହ୍ଲାଉଛନ୍ତି । ତେଣୁ ଚିକିତ୍ସା ସେବାରେ ଆଜି ବଡ଼ ଧରଣର ବାଧା ଉପୁଜିବ । ଡାକ୍ତରମାନେ ଆଜି ସକାଳ ୬ଟାରୁ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ଏହା ଆଗାମୀ ୨୪ ଘଣ୍ଟା ଯାଏଁ ଜାରି ରହିବ । ପଶ୍ଚିମବଙ୍ଗର ଡାକ୍ତରମାନେ ରବିବାର କହିଛନ୍ତି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବାକୁ ସେମାନେ ପ୍ରସ୍ତୁତ ଅଛନ୍ତି । ମାତ୍ର ଭାରତୀୟ ଡାକ୍ତର ସଂଘ (ଆଇଏମଏ) ସ୍ପଷ୍ଟ କରିଦେଇଛନ୍ତି ଯେ, ଯଦିଓ ପଶ୍ଚିମବଙ୍ଗରେ ଆନ୍ଦୋଳନ ଶେଷ ହୋଇଯିବ ତଥାପି ଡାକ୍ତରଙ୍କ ସୁରକ୍ଷା ଦାବି କରି ସୋମବାର ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିବ । 

ୟୁନାଇଟେଡ ରେଜିଡେଣ୍ଟ ଆଣ୍ଡ ଡାକ୍ତର ଆସୋସିଏଶନ ଇଣ୍ଡିଆ କହିଛି, ଯେତେଦିନ ଯାଏଁ ସମସ୍ୟାର ସମାଧାନ ନ ହୋଇଛି, ଆମର ଆନ୍ଦୋଳନ ସେତେଦିନ ଯାଏଁ ଜାରି ରହିବ । ଏହି ଆନ୍ଦୋଳନ ଦିଲ୍ଲୀରେ ପୂରା ବାଧା ପହଂଚାଇବ । କାରଣ ଦିଲ୍ଲୀ ମେଡିକାଲ ଆସୋସିଏଶନ ସମସ୍ତ ଘରୋଇ କ୍ଲିନିକ ଏବଂ କେନ୍ଦ୍ରକୁ ସୋମବାର ବନ୍ଦ ରଖିବାକୁ ଅପିଲ କରିଛି । 

ଆଇଏମଏ ଡାକ୍ତରଙ୍କ ବିରୋଧରେ ହିଂସା ଅଟକାଇବା ପାଇଁ ସେଣ୍ଟ୍ରାଲ ଅଧିନିୟମ ଦାବିକୁ ପୁଣି ଥରେ ଦୋହରାଇଛି । ସରକାରଙ୍କ ତରଫରୁ କେବଳ ପ୍ରତିଶ୍ରୁତି ଦିଆଯାଉଛି କିନ୍ତୁ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଆନ୍ଦୋଳନ ଜୁନ ୧୮ ସକାଳ ୬ଟା ଯାଏଁ ଜାରି ରହିବ ବୋଲି ଆଇଏମଏ କହିଛି । 

ଆନ୍ଦୋଳନ ପରେ ବି ଦିଲ୍ଲୀର ୧୯୨ କ୍ଲିନିକରେ ଚିକିତ୍ସା ସେବା ମିଳିପାରିବ । ରୋଗୀ ସକାଳ ୮ଟାରୁ ଅପରାହ୍ଣ ୨ଟା ଯାଏଁ ଡାକ୍ତରଙ୍କ ପରାମର୍ଶ ନେଇପାରିବେ । ଆନ୍ଦୋଳନ ପରେ ମଧ୍ୟ ଘରୋଇ ଓ ସରକାରୀ ହସ୍ପିଟାଲରେ ଜରୁରୀକାଳୀନ ଚିକିତ୍ସା କରାଯାଇପାରିବ । ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ (ଏମ୍ସ)ର ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଉନାହାନ୍ତି । ତେଣୁ ରୋଗୀ ଓପିଡ଼ି ଯାଇ ଚିକିତ୍ସା କରାଇପାରିବେ । 

    

 

  • Tags:

Subscribe

National International State Sports Entertainment