ନିୟନ୍ତ୍ରଣରେ କରୋନା! ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୩୯୯୨୩ ପଜିଟିଭ, ଦିଲ୍ଲୀରେ କମୁଛି ସଂକ୍ରମଣ
Khabar Odisha:Nation-Delhi-Maharashtra-covid-crisis-up-Bihar-Karnataka-corona-death-cases-covid-news

ନୂଆଦିଲ୍ଲୀ, ମେ ୧୫ (ଖବର ଓଡ଼ିଶା): ଦେଶରେ କରୋନା ଭାଇରସ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ ୨୬ ହଜାର ଲୋକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଜାତୀୟ ରାଜଧାନୀ ଦିଲ୍ଲୀରେ ୨୪ ଘଣ୍ଟାରେ ୮୫୦୬ ଜଣ ସଂକ୍ରମିତ ହୋଇଥିବା ବେଳେ ୨୮୯ ଜଣଙ୍କର ମୃତ୍ୟୁ ହୋଇଛି । ଏହି ସମୟ ମଧ୍ୟରେ ଦିଲ୍ଲୀରେ ୧୪ ହଜାର ୧୪୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ରାଜଧାନୀରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୧ ହଜାର ୭୯୪ ଜଣ । ଗୁରୁବାର ଦିଲ୍ଲୀରେ ୧୦ ହଜାର ୪୮୯ ଜଣ କରୋନାରେ ସଂକ୍ରମିତ ହୋଇଥିଲେ । 

ମହାରାଷ୍ଟ୍ରରେ ବିଗତ ୨୪ ଘଣ୍ଟା ମଧ୍ୟରେ ୩୯ ହଜାର ୯୨୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୬୯୫ ଜଣ ଲୋକ କରୋନାରେ ପ୍ରାଣ ହାରିଛନ୍ତି । କିନ୍ତୁ ଏହି ସମୟ ମଧ୍ୟରେ ୫୩ ହଜାର ୨୪୯ ଜଣ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ମୋଟ ୫୩ ଲକ୍ଷ ୯ ହଜାର ୨୧୫ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଏଥିରୁ ୪୭ ଲକ୍ଷ ୭ ହଜାର ୯୮୦ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ ୭୯ ହଜାର ୫୫୨ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ଏବେ ୫ ଲକ୍ଷ ୧୯ ହଜାର ୨୫୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । 

ଉତ୍ତର ପ୍ରଦେଶରେ ମଧ୍ୟ ଲଗାତାର ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୧୫ ହଜାର ୭୪୭ ଜଣ ସଂକ୍ରମିତ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୨୬ ହଜାର ଆକ୍ରାନ୍ତ । ବର୍ତ୍ତମାନ ରାଜ୍ୟରେ ୧ ଲକ୍ଷ ୯୩ ହଜାର ୮୧୫ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ବିହାର, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶରେ ସ୍ଥିତି ସୁଧୁରୁଥିବା ବେଳେ କର୍ଣ୍ଣାଟକରେ କରୋନା ମାଡ଼ି ଚାଲିଛି । 

 

  • Tags:

Subscribe

National International State Sports Entertainment