ମୋଦୀ କ୍ଷମତାକୁ ଫେରିବା ପରେ ଦାଉଦର ବଢ଼ିଲା ଚିନ୍ତା, ଆଇଏସଆଇ ସହ କଲା ବୈଠକ
Khabar Odisha:Nation-Dawood-Ibrahim-afraid-of-PM-Narendra-Modis-return-to-power-holds-meeting-with-ISI-Sources

ନୂଆଦିଲ୍ଲୀ, ମଇ ୨୫ (ଖବର ଓଡ଼ିଶା): ପାକିସ୍ତାନରେ ଥାଇ ଅଣ୍ଡରୱାଲ ଡନ ଦାଉଦ ଇବ୍ରାହୀମ ଭାରତକୁ ଭୟ କରୁଛି । ମୁଖ୍ୟତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ କ୍ଷମତାକୁ ଆସିବା ପରେ ଦାଉଦ ଇବ୍ରାହୀମ ଭୟଭୀତ ହୋଇ ଯାଇଥିବା ଗୁଇନ୍ଦା ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ସୂଚନା ମିଳିଛି । ସୂତ୍ର ଅନୁସାରେ ୨୦୧୪ରେ କେନ୍ଦ୍ରରେ ମୋଦୀ ସରକାର ଆସିବା ପରେ ଦାଉଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଦାଉଦର ସହଯୋଗୀମାନେ ଧରାପଡ଼ିଛନ୍ତି । ଜାଣିବାକୁ ମିଳିଛି ଯେ, ମୋଦୀ କ୍ଷମତାକୁ ଆସିବା ପରେ ଦାଉଦ ଅଧିକ ଭୟଭୀତ ହୋଇଯାଇଛି । ଭବିଷ୍ୟତ ପନ୍ଥା କ’ଣ କରାଯାଇପାରିବ ସେଥିପାଇଁ ସେ ପାକିସ୍ତାନର ଗୁଇନ୍ଦା ସଂସ୍ଥାର ଅଧିକାରୀଙ୍କୁ ଡାକି ବୈଠକ କରିଛି ବୋଲି ସୂତ୍ରରୁ ଜଣାପଡ଼ିଛି । ଭାରତରେ ସପ୍ତଦଶ ଲୋକସଭା ନିର୍ବାଚନର ମତଦାନ ଫଳାଫଳ ଗୁରୁବାର ଆସିବା ପରେ ପଳାତକ ଦାଉଦ ଇବ୍ରାହୀମ ଅଧିକ ଭୟଭୀତ ହୋଇପଡ଼ିଛି । ସୂଚନାଯୋଗ୍ୟ ଦାଉଦ ଇବ୍ରାହୀମ ୨୦ ବର୍ଷ ହେବ ପାକିସ୍ତାନରେ ରହି ଆସୁଛି । 

ସୂତ୍ର ଅନୁସାରେ ଦାଉଦ ଇବ୍ରାହୀମ ବୈଠକ ଆଇଏସଆଇ ଏବଂ ପାକିସ୍ତାନ ଆର୍ମି ଅଧିକାରୀଙ୍କ ସହିତ ଥିଲା । ବୈଠକରେ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର କେନ୍ଦ୍ରରେ କ୍ଷମତା ହାସନ କରିବା ନେଇ ଦାଉଦ ଇବ୍ରାହୀମ ଚିନ୍ତା ପ୍ରକଟ କରିଥିଲା । କାରଣ ଆମେରିକା ଏବଂ ଇସ୍ରାଏଲରେ ମୋଦୀଙ୍କ ଲେକପ୍ରିୟତା ବଢ଼ିଛି । ଭାରତୀୟ ସୁରକ୍ଷା ସଂସ୍ଥାଙ୍କ ଠାରୁ ବର୍ତ୍ତିବା ପାଇଁ ଦାଉ ଆଇଏସଆଇ ଏବଂ ପାକିସ୍ତାନ ସେନାର ସହଯୋଗ ନେଉଛି । 

  

 

  • Tags:

Subscribe

National International State Sports Entertainment