କରୋନା ସଂକଟ କଳାରେ ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦୀ
Khabar Odisha:Nation-Covid-19-PM-Modi-to-hold-covid-19-review-meeting-with-CMs-of-7-states-today

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୩ (ଖବର ଓଡ଼ିଶା): ଦେଶରେ କରୋନା ଭାଇରସ ସଂକ୍ରମଣ ବ୍ୟାପିଚାଲିଛି । ଆକ୍ରନ୍ତଙ୍କ ସଂଖ୍ୟା ୫୫ ଲକ୍ଷ ଟପିସାରିଛି । କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଉଦ୍ୟମ କରିଥିଲେ ବି ପ୍ରତିଦିନ ଏହା ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ମାତ୍ର ଖୁସିର କଥା ଯେ, ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ୭ ଜଣ ମୁଖ୍ୟମନ୍ତ୍ରୀଙ୍କ ସହିତ କରୋନା ସଂକ୍ରମଣ ପ୍ରସଙ୍ଗରେ ପୁଣି ଥରେ ଆଲୋଚନା କରିବେ । ମୁଖ୍ୟମନ୍ତ୍ରୀଙ୍କ ସହିତ ମୋଦୀଙ୍କ ଏହି ବୈଠକ ଭିଡିଓ ବାର୍ତ୍ତା ଜରିଆରେ ସନ୍ଧ୍ୟା ୫ଟାରେ ହେବ ବୋଲି ଜାତୀୟ ଗଣମାଧ୍ୟମକୁ ବିଶ୍ୱସ୍ତ ସୂତ୍ରରୁ ଏହି ସୂଚନା ମିଳିଛି । 

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ହେବାକୁ ଥିବା ବୈଠକରେ ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ପଂଜାବର ମୁଖ୍ୟମନ୍ତ୍ରୀମାନେ ଯୋଡ଼ି ହେବେ । ଏହି ୭ଟି ରାଜ୍ୟରେ ଦେଶର ୬୩ ପ୍ରତିଶତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୭ଟି ରାଜ୍ୟରେ କୋଭିଡ ଜନିତ ମୃତ୍ୟୁ ହାର ୭୭ ପ୍ରତିଶତ ।  

କରୋନା ନିୟନ୍ତ୍ରଣ ଲାଗି ରାଜ୍ୟ ସରକାରମାନଙ୍କୁ ସଂପୂର୍ଣ୍ଣ ସହଯୋଗ କରୁଛନ୍ତି । ରାଜ୍ୟମାନଙ୍କୁ ଯଥା ସମ୍ଭବ ସୁବିଧା ଓ ସହଯୋଗ ଯୋଗାଇ ଦେଉଛନ୍ତି । ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି କେନ୍ଦ୍ର ସରକାର ଆର୍ଥିକ ସହଯୋଗ କରୁଛନ୍ତି । ସେହିପରି ଆଇସିୟୁ, ଡାକ୍ତର, କ୍ଲନିକାଲ ପରିଚାଳନା ଆଦି ସୁବିଧା କରୁଛନ୍ତି । 

ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ମୋଦୀ ନିୟମିତ ଭାବେ ଦେଶରେ କରୋନା ସ୍ଥିତି ଉପରେ ନଜର ରଖିଛନ୍ତି । ଅଧିକ ବ୍ୟାପୁଥିବା ରାଜ୍ୟ ଉପରେ ସେ ଅବଗତ ହେଉଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଶେଷ ଥର ପାଇଁ ଗତ ଅଗଷ୍ଟ ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ଓ ସର୍ବାଧିକ ପ୍ରଭାବିତ ହୋଇଥିବା ରାଜ୍ୟର ପ୍ରତିନିଧିଙ୍କ ସହିତ କୋଭିଡ-୧୯ ସମୀକ୍ଷା ବୈଠକ କରିଥିଲେ । ମୋଦୀଙ୍କ ଏହି ବୈଠକରେ ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ପଂଜାବ, ବିହାର, ଗୁଜରାତ, ତେଲେଙ୍ଗାନା ଓ ଉତ୍ତର ପ୍ରଦେଶ ଉପରେ ଆଲୋଚନା ହୋଇଥିଲା । 

 

  • Tags:

Subscribe

National International State Sports Entertainment